ଜଗତସିଂହପୁର, (ବାଘୁଆବାର୍ତ୍ତା): ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଘଟଣ । ଭୁଲ ସାଲାଇନ ଦେବା କାରଣରୁ ୧୫ ରୁ ଉର୍ଦ୍ଧ୍ୱ ରୋଗୀ ଅସୁସ୍ଥ । ସାଲାଇନ ଲାଗିବା ଯୋଗୁ ରୋଗୀଙ୍କ ଶରୀର ଥରିବାକୁ ନେଇ ରୋଗୀ ଭୟଭୀତ । ଏପରି ଅଭିଯୋଗ ଆଣିଛନ୍ତି ଜଗତସିଂହପୁର ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରର ଡାଇରିଆ ୱାର୍ଡରେ ଥିବା ରୋଗୀ ।ଆଜି ଅପରାହ୍ନରେ ଡାଇରିଆ ୱାର୍ଡରେ ରୋଗୀମାନଙ୍କୁ ସାଲାଇନ ଦେବାର କିଛି ସମୟ ପରେ ରୋଗୀମାନଙ୍କ ଶରୀରର ଥରିବାକୁ ଲାଗିଥିଲା । ଏପରିକି କେତେକଙ୍କ ଶରୀର ଅସୁସ୍ଥ ହୋଇ ପଡିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଭୁଲ ସାଲାଇନ ଦେବା ଯୋଗୁ ୧୫ରୁ ଉର୍ଦ୍ଧ୍ୱ ରୋଗୀ ଅସୁସ୍ଥ ହୋଇଥିବା ଅଭିଯୋଗ କରିଛନ୍ତି । ଡାଇରିଆ ୱାର୍ଡରେ ରୋଗୀ ଆତଙ୍କିତ ହେବା ପରେ କେଉଁ କାରଣରୁ ଏପରି ହୋଇଛି ତାହା ଅସ୍ପଷ୍ଟ ରହିଛି ।






