Sunday, May 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନନ୍ଦୀନିଗୁଡା ଆଶ୍ରମ ବିଦ୍ୟାଳୟରେ ଛାତ୍ର ମୃତ୍ୟୁ

by ସଞ୍ଜୟ ସ୍ୱାଇଁ
May 16, 2022
in Crime, State
ନନ୍ଦୀନିଗୁଡା ଆଶ୍ରମ ବିଦ୍ୟାଳୟରେ ଛାତ୍ର ମୃତ୍ୟୁ
27
VIEWS
Share on FacebookShare on Twitter

ମାଥିଲି, (ବାଘୁଆବାର୍ତ୍ତା): ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ନନ୍ଦିନୀଗୁଡା ଆଶ୍ରମ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ ଛାତ୍ର ମୃତ୍ୟୁ । ସୂଚନା ଅନୂଯାୟୀ ଗତ ରାତିରେ ଶ୍ରୀଧର ଖେମୁଡୁ ନାମକ ଛାତ୍ର ଅସୁସ୍ଥ ହୋଇଥିଲେ । ଶ୍ରୀଧରଙ୍କ ଘର ନାକାମାମୁଡି ପଂଚାୟତର ନିଳାପାରି ଗ୍ରାମର ରାଜୁ ଖେମୁଡୁ ଙ୍କ ପୁଅ ବୋଲି ଜଣାପଡିଛି । ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଅବହେଳା ପାଈଁ ପୁଅର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଅନୁପସ୍ଥିତ ରହୁଥିବା ବୋଲି ବିଦ୍ୟାଳୟ ର ପରିଚାଳନା କମିଟି ସଭାପତି ଅଭିଯୋଗ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଶ୍ରୀଧରର ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ସାଥି ଛାତ୍ରମାନେ ପ୍ରଥମେ ବିଦ୍ୟାଳୟରେ ଥିବା ଔଷଧ ଖାଇବାକୁ ଦେଇଥିଲେ । କିଛି ସମୟ ପରେ ବି ଦେହ ସୁସ୍ଥ ନହେବାରୁ ବିଦ୍ୟାଳୟର ପିଅନ ଓ ଛାତ୍ର ମାନେ ୧୦୮ ଆମ୍ବୁଲାନ୍ସ କୁ ଫୋନ କରି ଖଇରପୁଟ ମେଡିକାଲକୁ ଆଣିଥିଲେ । ଖଇରପୁଟ ମେଡ଼ିକାଲରେ ଡାକ୍ତର ଛାତ୍ର ଜଣଙ୍କୁ ମୃତ ଘୋଷଣା କରିଥିଲେ । ପରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମୃତ୍ୟୁ ଖବର ପାଇ ମେଡିକାଲ ରେ ପହଁଚିଥିଲେ । ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହେବାପରେ ଡାକ୍ତରଖାନା ଏବଂ ବିଦ୍ୟାଳୟ ରେ ଉତ୍ତେଜନା ଦେଖାଦେଇଥିଲା ଖବରପାଇ ଚିତ୍ରକୋଣ୍ଡା ଏସଡିପିଓଙ୍କ ସମେତ, ଓର୍କେଲ ପୋଲିସ, ମୁଦୁଲିପଡା ପୋଲିସ ଖଇରପୁଟ ବିଡିଓ, ଓ ତହସିଲଦାର ମେଡିକାଲରେ ପହଂଚିଛନ୍ତି । ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ କରଯାଉଥିବା ଜଣାଯାଇଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!