Sunday, May 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଧଳା ଜହର ବିକ୍ରି କରୁଥିବା ମହିଳାଙ୍କୁ ଧରି ପୋଲିସ ଜିମା ଦେଲେ ସ୍ଥାନୀୟ ମହିଳା

by ସଞ୍ଜୟ ସ୍ୱାଇଁ
May 16, 2022
in Crime, State
ଧଳା ଜହର ବିକ୍ରି କରୁଥିବା ମହିଳାଙ୍କୁ ଧରି ପୋଲିସ ଜିମା ଦେଲେ ସ୍ଥାନୀୟ ମହିଳା
72
VIEWS
Share on FacebookShare on Twitter

ସୁନ୍ଦରଗଡ଼, (ବାଘୁଆବାର୍ତ୍ତା): ଫେଲ୍ ମାରିଲା ପୋଲିସ। ଧଳା ଜହର ବିକ୍ରି କରୁଥିବା ମହିଳାଙ୍କୁ ଧରି ଉତ୍ତମ ମଧ୍ୟମ ଦେଇ ପୋଲିସ ଜିମା ଦେଲେ ସ୍ଥାନୀୟ ମହିଳା। ସୁନ୍ଦରଗଡ଼ ଟାଉନ ଥାନା ପତ୍ରାପଡା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ସୁନ୍ଦରଗଡ଼ ଜିଲ୍ଲାରେ ଦିନକୁ ଦିନ ବଢିଚାଲିଛି ବ୍ରାଉନସୁଗର କାରବାର। ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ୟ୍ୟନ୍ତ ସବୁଠି ଚାଲିଛି କାରବାର। ଅନେକ ସମୟରେ ପୋଲିସ ଅଭିଯୁକ୍ତଙ୍କ ଧରିବାରେ ସଫଳ ହେଉଥିବା ବେଳେ ବିଭିନ୍ନ ସମୟରେ ଫେଲ୍ ମଧ୍ୟ ମାରୁଛି। ଗତକାଲି ସନ୍ଧ୍ୟାରେ ପତ୍ରାପଡା ଅଞ୍ଚଳରେ ଜଣେ ମହିଳା ବ୍ରାଉନସୁଗର ବିକ୍ରି କରୁଥିବା ସନ୍ଦେହରେ ସ୍ଥାନୀୟ ଅଞ୍ଚଳର ଆଉ କିଛି ମହିଳା ଏକତ୍ରିତ ହୋଇ ଉକ୍ତ ମହିଳାଙ୍କୁ ଧରିବା ସହ ମାଡ ମାରିଥିଲେ। ମହିଳା ଜଣକ ଧରିଥିବା ବ୍ୟାଗରୁ କିଛି ପରିମାଣର ଧଳା ଜହର ବାହାରିଥିଲା। ପରେ ଟାଉନ ପୋଲିସ ଘଟଣାସ୍ଥଳରେ ପହଂଚି ଉକ୍ତ ମହିଳାଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ରାଜଗାଙ୍ଗପୁର ପୋଲିସ ଗତକାଲି ୫ ଜଣ ବେପାରୀଙ୍କୁ ଧରିବା ସହ ତାଙ୍କ ନିକଟରୁ ୧୦ ଗ୍ରାମ ୬୦୦ ମିଲିଗ୍ରାମ ବ୍ରାଉନସୁଗର ଜବତ କରିଛି। ଏହା ସହ ୮ ହଜାର ୭୦୦ ଟଙ୍କା, ୭ଟି ମୋବାଇଲ ସହ ୨ଟି ମୋଟର ସାଇକେଲ ଜବତ ହୋଇଛି। ପତ୍ରାପଡା ଅଂଚଳରେ ଗତକାଲି ଧରାପଡିଥିବା ମହିଳା ଜଣକ ଅନେକ ବର୍ଷ ହେବ ଏହି କାରବାର ଚଲାଇ ଆସୁଥିବା ବେଳେ ପୋଲିସ ଧରିପାରିନଥିଲା। ତେବେ ଏହି ମହିଳାଙ୍କୁ ସ୍ଥାନୀୟ ଅଞ୍ଚଳର ଆଉ କିଛି ମହିଳା ଧରିବାରେ ସଫଳ ହୋଇଛନ୍ତି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!