ପୁରୀ, (ବାଘୁଆବାର୍ତ୍ତା): ନାବାଳିକା ଭାଣେଜିକୁ ମାମୁଁର ଦୁଷ୍କର୍ମ ଅଭିଯୋଗ। ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ପୁରୀ ଚନ୍ଦନପୁର ଥାନା ଅନ୍ତର୍ଗତ ବିଜୟ ରାମଚନ୍ଦ୍ରପୁର କେଳାପଡିଆ ଗ୍ରାମର ନାବାଳିକା ପରିବାର। ନିଶାସକ୍ତ ଅବସ୍ଥାରେ ନାବାଳିକା ଭାଣେଜିକୁ ମାମୁଁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ନାବାଳିକା ପରିବାର ଲୋକେ ନ୍ୟାୟ ପାଇଁ ଚନ୍ଦନପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି। ଅଭିଯୋଗ ପରେ ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ମାମୁଁ କାହ୍ନା ଦାଶକୁ ଥାନାକୁ ଉଠାଇ ଆଣିଛି। ଗତ ୧୩ ତାରିଖ ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଥାନାରେ ଅଟକ ଥିବା ଅଭିଯୁକ୍ତ ମାମୁଁକୁ ଚନ୍ଦନପୁର ଥାନା ପୋଲିସ ପଚରାଉଚରା କରୁଥିବା ବେଳେ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ପୋଲିସ ପକ୍ଷରୁ ସୂଚନା ମିଳିଛି।






