ରାୟଗଡା, (ବାଘୁଆବାର୍ତ୍ତା): ରାୟଗଡା ଜିଲ୍ଲା ଅବକାରୀ ଅଧୀକ୍ଷକ ରୀନା ବେହୁରା ଭିଜିଲାନ୍ସ ଦ୍ୱାରା ଗିରଫ ହେବା ଏବଂ ଭିଜିଲାନ୍ସ ଚଢାଉ ପରେ ତାଙ୍କ ସ୍ୱାମୀ ତଥା ମାହାଙ୍ଗା ଥାନା ଆଇଆଇସି ନିହାର ରଞ୍ଜନ ମହାନ୍ତିଙ୍କୁ ବଦଳି କରାଯାଇଛି। କଟକ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ରବିବାର ବଦଳି କରାଯାଇଛି। କଟକ ଗ୍ରାମାଞ୍ଚଳ ଏସପି ବି. ଯୁଗଳ କିଶୋର ବଦଳି ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ମାହାଙ୍ଗା ଥାନା ଆଇଆଇସି ନିହାର ରଞ୍ଜନ ମହାନ୍ତିଙ୍କୁ ଭିଜିଲାନସ୍ ଜେରା କରିଥିଲା। ରବିବାର କଟକ ଗ୍ରାମାଂଚଳ ଆରକ୍ଷୀ ଅଧିକ୍ଷକ ତାଙ୍କୁ ବଦଳି ନିର୍ଦ୍ଦେଶ ଦେଇଛନ୍ତି। ଭଦ୍ରେଶ୍ୱର ଫାଣ୍ଡି ଅଧିକାରୀ ତପନ ନାୟକଙ୍କୁ ମାହାଙ୍ଗା ଥାନା ଦାୟିତ୍ୱ ଦିଆଯାଇଛି। ଯେ ପର୍ୟ୍ୟନ୍ତ ନୂଆ ଆଇ ଆଇ ସି ପୋଷ୍ଟିଙ୍ଗ ହୋଇ ନାହାନ୍ତି ସେ ପର୍ୟ୍ୟନ୍ତ ଭଦ୍ରେଶ୍ୱର୍ ଫାଣ୍ଡି ଅଧିକାରୀ ତପନ କୁମାର ନାୟକ ମାହାଙ୍ଗା ଥାନାଧିକାରୀ ଭାବେ ଦାୟିତ୍ଵ ତୁଲାଇବେ।






