Monday, June 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗତକାଲି ଏସ୍‌ପି ଅଫିସ୍‌ ସମ୍ମୁଖରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଯୁବକଙ୍କ ମୃତ୍ୟୁ

by ସଞ୍ଜୟ ସ୍ୱାଇଁ
May 15, 2022
in Crime, State
ଗତକାଲି  ଏସ୍‌ପି ଅଫିସ୍‌ ସମ୍ମୁଖରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଯୁବକଙ୍କ ମୃତ୍ୟୁ
137
VIEWS
Share on FacebookShare on Twitter

ବ୍ରହ୍ମପୁର, (ବାଘୁଆବାର୍ତ୍ତା): ଗଞ୍ଜାମ ଏସ୍‌ପି ଅଫିସ୍ ସମ୍ମୁଖରେ ଗତକାଲି ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଯୁବକଙ୍କର ମୃତ୍ୟୁ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ରେ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି। ମୃତ ଯୁବକଙ୍କ ନାଁ ବାଦଲ ସାହୁ। ତାଙ୍କ ଘର ରମ୍ଭା ଥାନା ଅନ୍ତର୍ଗତ ବୋରିଗାଁରେ। ତେବେ ସେ କାହିଁକି ଏମିତି ଚରମ ପଦକ୍ଷେପ ନେଲେ, ତାହା ଜଣାପଡ଼ି ନାହିଁ। ସେ ଏସ୍‌ପିଙ୍କୁ ଭେଟି ନଥିଲେ କି ତାଙ୍କ ସମସ୍ୟା ବିଷୟରେ କହି ନଥିଲେ। ସେ ଘରେ କାହାକୁ ନ କହି ବାଇକ୍‌ରେ ଛତ୍ରପୁର ଆସିଥିଲେ। ସେଠାରେ ଅପରାହ୍ଣରେ ଏସ୍‌ପି ଅଫିସ୍ ସମ୍ମୁଖରେ ମୁଖ୍ୟ ରାସ୍ତାରେ ହଠାତ୍ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଏସ୍‌ପି ଅଫିସ୍‌ର କିଛି କର୍ମଚାରୀ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ତେବେ ସେତେବେଳକୁ ତାଙ୍କ ଶରୀରର ସବୁ ଅଂଶ ପୋଡ଼ି ସାରିଥିଲା। ତାଙ୍କୁ ଉଦ୍ଧାର କରି ପ୍ରଥମେ ଛତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ନିଆଯାଇଥିଲା। ସେଠାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ମିଳିଥିବା ସୂଚନା ଅନୁଯାୟୀ, କିଛି ବର୍ଷ ଧରି ବାଦଲଙ୍କୁ ଗାଁ ଲୋକେ ବାସନ୍ଦ କରିଥିଲେ। ଗାଁର ଏକ ଭୋଜିରେ ବାଦଲ ତାଙ୍କ ପରିବାରର ସଂପତ୍ତି ଭାଗବଣ୍ଟାକୁ ନେଇ ପାଟିତୁଣ୍ଡ କରିଥିଲେ। ଏନେଇ ସେ ଗ୍ରାମବାସୀଙ୍କ କଥା ନଶୁଣିବାରୁ ତାଙ୍କୁ ବାସନ୍ଦ କରାଯାଇଥିଲା। ସେହିଭଳି ରମ୍ଭା ଥାନାରେ ବାଦଲଙ୍କ ନାଁରେ ଏକ ମାମଲା ରହିଥିଲା। ସେ ଜଣେ ବ୍ୟକ୍ତିଙ୍କୁ ଗାଳିଗୁଲଜ କରିବା ନେଇ ଏହି ମାମଲା ରୁଜୁ ହୋଇଥିଲା। ଏହାର ତଦନ୍ତ ଜାରି ରହିଥିଲା। ତେବେ ତା’ ଭିତରେ ଏମିତି କ’ଣ ଘଟିଥିଲା ଯେ ବାଦଲ ଏମିତି ଏକ ପଦକ୍ଷେପ ନେଲେ, ତାହା ସ୍ପଷ୍ଟ ହୋଇପାରିନି। ତଦନ୍ତ ପରେ ଏହି ଘଟଣାର ସତ ସାମ୍ନାକୁ ଆସିବ ବୋଲି ଗଞ୍ଜାମ ଏସ୍‌ପି କହିଛନ୍ତି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!