ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳରେ ଦୁଇ ଜଣ ଦୁର୍ବୁତ୍ତ ଏକ କଳା ପଲସରରେ ଆସି ସୁନା ଚେନ ଲୁଟ କରିଛନ୍ତି । ସୁଚନାନୁସାରେ ଦଶପଲ୍ଲା ଅଞ୍ଚଳର ଉଭୟ ସ୍ୱାମୀ, ସ୍ତ୍ରୀ ଖୋର୍ଦ୍ଧା ଅଞ୍ଚଳକୁ ଏକ ବାହାଘର କାର୍ଯ୍ୟରେ ଯାଇଥିଲେ । ଆଜି ସକାଳୁ ବାଇକରେ ଉଭୟ ସ୍ୱାମୀ, ସ୍ତ୍ରୀ ଫେରିବା ସମୟରେ ଇଟାମାଟି ଥାନା ନିକଟସ୍ଥ ବଡ଼ ପଣ୍ଡୁସର ବ୍ରିଜ ନିକଟରେ ଦୁଇଜଣ ଦୁର୍ବତ୍ତ ଏକ କଳା ପଲସରରେ ଆସି ସୁନା ଚେନ ଲୁଟ କରିଛନ୍ତି । ଲୁଟ କରି ଦୁର୍ବୁତ୍ତ ମାନେ ଫେରାର ହୋଇଛନ୍ତି । ଉକ୍ତ ଘଟଣାକୁ ନେଇ ଇଟାମାଟି ପୁଲିସ ପକ୍ଷରୁ ଚଢ଼ଉ ଜାରି ରହିଛି । ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ଛାନଭିନ ଜାରି ରହିଛି ।






