ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଜଗତସିଂହପୁର ଜିଲ୍ଲାର ଜଣେ ବିଧାୟକଙ୍କ ବିରୋଧରେ ଜଣେ ଯୁବତୀ କିଛି ସଂଗୀନ ଅଭିଯୋଗ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆଣିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜାଣିବାକୁ ମିଳିଛି । ନିକଟ ଅତୀତରେ ମଧ୍ୟ ସମ୍ପୃକ୍ତ ଯୁବତୀ ସୋସିଆଲ ମିଡିଆରେ ଏହି ବିଧାୟକଙ୍କ କିଛି ଫଟୋ ପୋଷ୍ଟ କରି ଚର୍ଚ୍ଚାକୁ ଆସିଥିଲେ । ସେତେବେଳେ ଏହା ପ୍ରେମଜନିତ ଘଟଣା ବୋଲି ଗୁଞ୍ଜରଣ ଖେଳିଥିଲା । ଆଜି କିନ୍ତୁ ଯୁବତୀ ଜଣକ ବିଧାୟକଙ୍କ ବିରୋଧରେ ଶୋଷିତ ହୋଇଥିବା ଭଳି ସଂଗୀନ ଅଭିଯୋଗ ରଖିଛନ୍ତି ଏବଂ ଏହା ଏକ ହାଇପ୍ରୋଫାଇଲ ଘଟଣା ହୋଇଥିବାରୁ ପୁଲିସ କୌଣସି ପ୍ରକାର ମୁହଁ ନଖୋଲି ଦୁଇଦିନ ମହଲତ ନେଇଛନ୍ତି ଏବଂ ଅଭିଯୋଗକାରିଣୀଙ୍କୁ ଏହି ସମୟ ଭିତରେ ମୁହଁ ବନ୍ଦ ରଖି ପୁଲିସ ଆଇନ ଅନୁସାରେ ନିରପେକ୍ଷ ତଦନ୍ତ କରିବ ବୋଲି ପ୍ରତିଶ୍ରୁତି ଦେଇଥିବା ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ।






