Monday, June 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପିଲାଙ୍କୁ ସ୍କୁଲ ଫେରାଇ ଆଣିବାକୁ ଗଣଶିକ୍ଷା ବିଭାଗର ରୋଡ୍‌ମ୍ୟାପ୍, ଜିଲ୍ଲାପାଳ ମାନଙ୍କୁ ଚିଠି

by ସଞ୍ଜୟ ସ୍ୱାଇଁ
May 14, 2022
in Education, State
ପିଲାଙ୍କୁ ସ୍କୁଲ ଫେରାଇ ଆଣିବାକୁ ଗଣଶିକ୍ଷା ବିଭାଗର ରୋଡ୍‌ମ୍ୟାପ୍,  ଜିଲ୍ଲାପାଳ ମାନଙ୍କୁ ଚିଠି
113
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟରେ ୧ ଲକ୍ଷ ୪ ହଜାର ୨୭୨ ପିଲା ଅଧାରୁ ପାଠ ଛାଡ଼ିଛନ୍ତି । ଏହି ସବୁ ପିଲାଙ୍କୁ ପୁଣିଥରେ ସ୍କୁଲ ଫେରାଇ ଆଣିବାକୁ ରୋଡମ୍ୟାପ୍‌ ପ୍ରସ୍ତୁତ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଯଥାଶୀଘ୍ର ଏହି ପିଲାମାନେ କିଭଳି ପୁଣି ପାଠ ପଢ଼ିବେ ସେନେଇ ଷ୍ଟ୍ରାଟେଜି ତିଆରି ହୋଇଛି । ସମସ୍ତ ଛାତ୍ରଛାତ୍ରୀ ଯେଭଳି ପୁଣି ସ୍କୁଲ ଫେରିବେ ଆଉ ପାଠପଢ଼ିବେ ସେଥିପାଇଁ ବ୍ୟବସ୍ଥା କରିବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ । ସଚିବ ଚିନ୍ତାପ୍ରକଟ କରି କହିଛନ୍ତି, କୋଭିଡ୍‌ ପାଇଁ ଦୁଇ ଶିକ୍ଷାବର୍ଷ ବରବାଦ୍‌ ହେଲା । ସ୍ଥିତିରେ ସୁଧାର ଆସିବା ପରେ ଶିକ୍ଷାକୁ ପୁଣିଥରେ ଟ୍ରାକ୍‌କୁ ଫେରାଇବାକୁ ସରକାର ବ୍ୟବସ୍ଥା କରୁଛନ୍ତି । କିନ୍ତୁ ୭୦ ପ୍ରତିଶତ ପିଲା ସ୍କୁଲ ଆସୁଛନ୍ତି । ଆହୁରି ୩୦ ପ୍ରତିଶତ ପିଲା ଆଦୌ ସ୍କୁଲ ଆସୁନାହାନ୍ତି । ବିଶେଷକରି ମାଲକାନଗିରି, ବୌଦ୍ଧ, ଗଜପତି, ସମ୍ବଲପୁର, ନୂଆପଡ଼ା ଜିଲ୍ଲାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ଉପସ୍ଥାନ ରାଜ୍ୟ ହାରଠୁ ବହୁତ କମ୍‌ ରହିଛି । ସେହିଭଳି ଗଜପତି, ବଲାଙ୍ଗୀର, ବରଗଡ଼, ସୋନପୁର, ନୂଆପଡ଼ା, କଟକ, ଖୋର୍ଦ୍ଧା, କୋରାପୁଟ, ଗଞ୍ଜାମ, ବୌଦ୍ଧ, ମାଲକାନଗିରି, କେନ୍ଦୁଝର, ସମ୍ବଲପୁର ଜିଲ୍ଲାରେ ନବମ ଓ ଦଶମ ପିଲାଙ୍କ ଉପସ୍ଥାନ ନୈରାଶ୍ୟଜନକ ରହିଛି । ଉଚ୍ଚ ମାଧ୍ୟମିକ (ଏକାଦଶ ଓ ଦ୍ୱାଦଶ) ଶ୍ରେଣୀରେ ମଧ୍ୟ ଗଜପତି, ସୋନପୁର, ବରଗଡ଼, କନ୍ଧମାଳ ଓ ନୂଆପଡ଼ା ଜିଲ୍ଲାରେ ବହୁତ ସଂଖ୍ୟକ ପିଲା ସ୍କୁଲ ଆସୁନାହାନ୍ତି । ଏହି ପିଲାଙ୍କୁ କିଭଳି ସ୍କୁଲ ଅଣାଯିବ ତାହାହିଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ । ଜିଲ୍ଲାପାଳଙ୍କୁ ସଚିବ ଶ୍ରୀ ସେଠୀ କହିଛନ୍ତି, ସବୁ ସ୍କୁଲ ସ୍ତରରେ ଏକ ସର୍ଭେ କରାଯାଇ କେଉଁ ପିଲା ଆସୁନାହାନ୍ତି ତାହାର ତାଲିକା ତିଆରି କରାଯିବ । ସ୍କୁଲର କନିଷ୍ଠ ଶିକ୍ଷକଙ୍କୁ ପିଲାମାନଙ୍କ ଘରକୁ ଯାଇ ସ୍କୁଲ ନଆସିବାର କାରଣ ବୁଝିବା ସହ ସେମାନଙ୍କୁ ପୁଣି ସ୍କୁଲ ଫେରାଇ ଆଣିବା ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ବୁଝାଇବେ । ମଧ୍ୟାହ୍ନଭୋଜନ, ମାଗଣା ବହି, ବାଇସାଇକେଲ୍‌, ପୋଷାକ ଆଦି ବିଷୟରେ ଅଭିଭାବକଙ୍କୁ ବୁଝାଇବେ । ଯଦି ଆବଶ୍ୟକ ପଡ଼େ ତେବେ ପିଲାଙ୍କୁ ଫେରାଇ ଆଣିବା ଲାଗି ସ୍କୁଲ ପରିଚାଳନା କମିଟି (ଏସ୍‌ଏମ୍‌ସି), ଏସ୍‌ଏମ୍‌ଡିସି, ପିଆର୍‌ଆଇଏସ୍‌, ଡବ୍ଲ୍ୟୁଏସ୍‌ଏଚ୍‌ଜିଏସ୍‌ ଓ ଆଞ୍ଚଳିକ ଲୋକମାନଙ୍କ ସହାୟତାରେ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ସଚିବ ଜିଲ୍ଲାପାଳଙ୍କୁ କହିଛନ୍ତି । ୨୦୨୧ ସର୍ଭେ ଅନୁସାରେ ରାଜ୍ୟରେ ୧.୦୪ ଲକ୍ଷ ପିଲା ଅଧାରୁ ପାଠ ଛାଡ଼ିଛନ୍ତି । ଏମାନଙ୍କ ମଧ୍ୟରୁ ସର୍ବାଧିକ ୬୫ ହଜାର ୯୦୪ ଜଣ ପିଲା ୧୬ରୁ ୧୮ ବର୍ଷ ବୟସର ଅଛନ୍ତି । ସେହିପରି ୬ରୁ ୧୦ ବର୍ଷ ବୟସରେ ଅଛନ୍ତି ୩ ହଜାର ୨୪ ଛାତ୍ରଛାତ୍ରୀ । ୧୧ରୁ ୧୩ ବର୍ଷ ବୟସରେ ୯୯୧୫ ଜଣ ପାଠ ଛାଡ଼ିଥିବାବେଳେ ୧୪-୧୫ ବର୍ଷର ୨୫ ହଜାର ୪୨୯ ଜଣ ପିଲା ଆଉ ସ୍କୁଲ ଆସୁନାହାନ୍ତି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!