ଭୁବନେଶ୍ଵର, (ବାଘୁଆବାର୍ତ୍ତା): ଭୁବନେଶ୍ୱର ଭିଜିଲାନ୍ସ ଡିଭିଜିନ କାର୍ୟ୍ୟାଳୟରେ ହାଜର ହେଲେ ମାହାଙ୍ଗା ଆଇଆଇସି ନିହାର ରଞ୍ଜନ ମହାନ୍ତି। ରାୟଗଡ଼ା ଅବକାରୀ ବିଭାଗ ଅଧିକ୍ଷକ ନିନା ବେଉରାଙ୍କ ସ୍ୱାମୀ ହେଉଛନ୍ତି ନିହାର ରଞ୍ଜନ ମହାନ୍ତି । ନିନା ବେଉରା ରାୟଗଡ଼ାରୁ ଭୁବନେଶ୍ଵର ଆସୁଥିବା ବେଳେ ଖୋର୍ଦ୍ଧା ନିକଟରେ ତାଙ୍କ ଠାରୁ ଭିଜିଲାନ୍ସ ଟିମ୍ ନଗଦ ୬ ଲକ୍ଷ ଟଙ୍କା ଜବତ କରିଥିଲା। ଏହାପରେ ଭିଜିଲାନ୍ସ ଟିମ୍ କଟକ ମାହାଙ୍ଗା ସ୍ଥିତ ନୀନା ବେଉରାଙ୍କ ସ୍ଵାମୀଙ୍କ କ୍ଵାର୍ଟରରେ ମଧ୍ୟ ଚଢାଉ କରିଥିଲା। ହେଲେ ନିହାର ଘରେ ତାଲା ପକାଇ କେଉଁଆଡ଼େ ଚାଲିଯାଇଥିଲେ। ତାଙ୍କୁ ଭିଜିଲାନ୍ସ ଅଫିସରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଭିଜିଲାନ୍ସରେ ହାଜର ହେବା ପରେ ଆଇଆଇସି ନିହାର ରଞ୍ଜନ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ମୁଁ କୁଆଡେ ଛାଡିକି ଯାଇନଥିଲି । ଏପିରିକି ମୋ ସହିତ ଶୁକ୍ରବାର ଦିନ କେହି ଯୋଗାଯୋଗ କରିନାହାନ୍ତି । ଆଉ ବାକି ରହିଲା ପତ୍ନୀଙ୍କ ଟଙ୍କା ସମ୍ବନ୍ଧୀୟ ତଥ୍ୟ ବିଷୟରେ ମୁଁ କିଛି ଜାଣିନି । ମୋ ପତ୍ନୀ ଭିଜିଲାନ୍ସ ଦ୍ୱାରା ଧରାପଡିଛନ୍ତି ବୋଲି ମୁଁ କାଲି ଜାଣିନଥିଲି । ଚାହିଁଥିଲେ ଭିଜିଲାନ୍ସ ମୋତେ କାଲିଠୁ ଯୋଗାଯୋଗ କରିପାରିଥାନ୍ତା । ଶୁକ୍ରବାର ସକାଳେ ଅତିରିକ୍ତ ଏସ୍ପି ମୋତେ ଏନେଇ ଯୋଗାଯୋଗ କରିଥିଲେ । ମୋତେ ଭିଜିଲାନ୍ସରେ ହାଜର ହେବାକୁ ନିର୍ଦ୍ଦେଶ ଥିଲା । ତେବେ ସରକାରୀ କର୍ମଚାରୀ ଅଫିସ ବନ୍ଦ କରି ପଳାଇବା କହିବା ଠିକ ନୁହେଁ ବୋଲି କହିଛନ୍ତି ।






