Monday, June 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାଉଦି ଆରବରେ ଓଡିଆ ସଙ୍ଗଠନ “ଉତ୍କଳିକା” ତରଫରୁ ୮୭ ତମ ଉତ୍କଳଦିବସ ପାଳନ

by ସଞ୍ଜୟ ସ୍ୱାଇଁ
May 13, 2022
in State, WORLD
ସାଉଦି ଆରବରେ ଓଡିଆ ସଙ୍ଗଠନ “ଉତ୍କଳିକା” ତରଫରୁ ୮୭ ତମ ଉତ୍କଳଦିବସ ପାଳନ
358
VIEWS
Share on FacebookShare on Twitter

ସାଉଦି ଆରବ, (ବାଘୁଆବାର୍ତ୍ତା): ସାଉଦି ଆରବରେ ପୂର୍ବାଞ୍ଚଳ ପ୍ରବାସୀ ଓଡ଼ିଆ ମାନଙ୍କ ସଂଗଠନ “ଉତ୍କଳିକା”,୮୭ ତମ ଉତ୍କଳ ଦିବସ ଉପଲକ୍ଷେ ” ନିଜର ୧୩ ତମ ବାର୍ଷିକ ଉତ୍ସବ ସାଉଦି ଆରବର ଜୁବେଲ ଠାରେ ପାଳନ କରିଛନ୍ତି। ଏଥିରେ ୨୫୬ ଓଡିଆ ପରିବାର ସମେତ ୫୪୦ ରୁ ଅଧିକ ଓଡ଼ିଆ ସଦସ୍ୟ ଯୋଗଦେଇଥିଲେ,ଏହି ଅବସରରେ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଗୀତ, ନାଟକ ଓ ପାଲା, ପ୍ରଦର୍ଶନ ହୋଇଥିବା ବେଳେ କଳାକାର ଏବଂ ଅନୁଷ୍ଠାନକୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ମୁଖ୍ୟ ସଂଯୋଜକ ଅଜୟ ଦାସଙ୍କ ସ୍ବାଗତ ଭାଷଣ ପରେ ,ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସବ୍ୟସାଚୀ ଶତପଥୀ ମୁଖ୍ୟ ବକ୍ତା ଅବିନାଶ କର୍ନିକ ଏବଂ ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଅମିର ଖାନ (ଅଧ୍ୟକ୍ଷ ଡୁନ୍ ପବ୍ଲିକ ସ୍କୁଲ) ଯୋଗ ଦେଇ ଓଡ଼ିଶାର ସଂସ୍କତି, ଐତିହ୍ୟ ଓ ପ୍ରାଚୀନତାର ଗୌରବ ପୂର୍ଣ୍ଣ କୀର୍ତ୍ତିରାଜି ଆଜି ସୁବର୍ଣ୍ଣ ତ୍ରିଭୁଜ ଭାବରେ ଠିଆ ହୋଇଛି ବୋଲି କହିଥିଲେ। ଏଥି ସହିତ “ମୁ ଓଡ଼ିଆ ମୋ ଭାଷା ବଢିଆ” ର ସ୍ଲୋଗାନ ସହ,ଦୀପ ପ୍ରଜ୍ୱଳନ କରି, ଉତ୍କଳୀୟ ମହାପୁରୁଷଙ୍କ ସମେତ ଅନ୍ୟାନ୍ୟ ଦେଶପ୍ରେମୀ ଙ୍କ ସ୍ମୃତି ଚାରଣ କରି, ଅନୁଷ୍ଠାନର ସଦସ୍ୟ ସ୍ବର୍ଗତ ମିଶ୍ର ଭାଈ ଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା, ଏଥିସହିତ ଅନୁଷ୍ଠାନର ବାର୍ଷିକ ପତ୍ରିକା “ଉତ୍କଳିକା” ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା।ସାଂସ୍କୃତିକ କାର୍ୟ୍ୟକ୍ରମ ର ପ୍ରାରମ୍ଭରେ,ବନ ବିହାରି ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଓଡିଶା ର ଜାତୀୟ ସଂଗୀତ ” ବନ୍ଦେ ଉତ୍କଳଜନନୀ ” କିଛି ଗୀତିକାରଙ୍କ ଦ୍ଵାରା ପରିବେଷଣ କରଯାଇଥିଲା। ଏଥି ସହିତ ରୋଜା ରୀୟାଦ ଏବଂ କଳିଙ୍ଗାନା ଦମ୍ମାମ ର ଅତିଥି ମାନଙ୍କୁ ସମ୍ମାନିତ କରାଯାଇଥିଲା, ଅନୁଷ୍ଠାନର ସଦସ୍ୟ ପ୍ର୍ୟାରୀମୋହନ ମଲ୍ଲିକ, ଚିନ୍ମୟ ପ୍ରସାଦ ଲେଙ୍କା, ସରୋଜ କାନ୍ତ ପାତ୍ର, ସୁଶାନ୍ତ ପ୍ରଧାନ, ସଂଜୀବ ରଥ , ଦିନେଶ ପଟ୍ଟନାୟକ, ମନୋଜ ନାୟକ, ଜୟନ୍ତ ମହାପାତ୍ର, ମୁସ୍ତାଫା ବେଗ, ପ୍ରଭାତ କୁମାର ଶତପଥୀ,ସୁଧୀର ସେନାପତି ,ଉମାକାନ୍ତ ପାଢ଼ୀ, ରାଧେଶ୍ୟାମ ରାମ,ପ୍ରତାପ ନାୟକ, ସୁବାସିଶ ସୁନ୍ଦର ରାୟ ,ବସନ୍ତ ଦାସ, ପଙ୍କଜ ସିଂ, ମାନସ ମହାପାତ୍ର, ବାସୁଦେବ, ସମେତ ଅନ୍ୟ ସଦସ୍ୟ ମାନେ କାର୍ୟ୍ୟକ୍ରମ କୁ ସଫଳତାର ତୁଲାଇବା ପାଇଁ ସହଯୋଗ କରିଥିଲେ। ସାଂସ୍କୃତିକ କାର୍ୟ୍ୟକ୍ରମରେ ଦର୍ଶକମାନେ ନୃତ୍ୟ,ଗୀତ ର ତାଳେ ତାଳେ ଝୁମିବା ସହ କମେଡି ନାଟକ ର ମଜା ଉଠାଇଥିଲେ, ଏଥି ସହିତ ସମସ୍ତ ପରିବାର ଓଡ଼ିଆ ଭାଇ ଚାରା ର ମନଭାବ ରଖି ଓଡ଼ିଆ ଖାଦ୍ୟ ଖାଇ ଖୁସି ମନାଇଥିଲେ। ସର୍ବ ଶେଷରେ ସଂଗଠନ ର ବରିଷ୍ଠ ସଦସ୍ୟ ଅଜିତ କୁମାର ଜେନା, କାର୍ୟ୍ୟକ୍ରମ ସଫଳତାର ସହିତ ସମାପ୍ତ ହୋଇଥିବାରୁ ଧନ୍ୟବାଦ ଜ୍ଞାପନ କରିଥିଲେ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!