ଖଲ୍ଲିକୋଟ, (ବାଘୁଆବାର୍ତ୍ତା): ପୋଖରୀରେ ବୁଡି ଅଷ୍ଟମ ଶ୍ରେଣୀ ଛାତ୍ରର ମୃତ୍ୟୁ । ମୃତ ଛାତ୍ର ଜଣକ ଛତ୍ରପୁର ଥାନା ଅଧୀନ ବିପୁଲିଙ୍ଗି ଗ୍ରାମର ରୋଷନ ମହାରଣା (୧୪) ବୋଲି ଜଣାପଡ଼ିଛି । ରୋଷନ ସ୍କୁଲରୁ ଫେରିବା ପରେ ଗ୍ରାମ ନିକଟରେ ଥିବା ପୋଖରୀକୁ ଗାଧେଇଵାକୁ ଯାଇଥିଲେ । ଗୋଡ ଖସିଯିବାରୁ ପୋଖରୀରେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାର ଖବର ପାଇ ଛତ୍ରପୁର ପୋଲିସ ମେଡିକାଲରେ ପହଂଚି ଶବକୁ ଜବତ କରି ତଦନ୍ତ କରୁଥିବା ଜଣାପଡ଼ିଛି ।






