କରଞ୍ଜିଆ, (ବାଘୁଆବାର୍ତ୍ତା): ମୟୁରଭଞ୍ଜ ଜିଲ୍ଲାର ରରୁଆଁ ଏବଂ କରଞ୍ଜିଆରେ ସିଟି ଓ ଜିଏସଟି ବିଭାଗ ପକ୍ଷରୁ ଚଢ଼ଉ ଜାରି ରହିଛି। ରରୁଆଁ ଅଞ୍ଚଳର ଗୋଟିଏ ପରିବାରର ୩ ଜଣ ବ୍ୟବସାୟୀ ସୁନୀଲ ସୁଲାତାନିଆଁ, ପ୍ରଭାତ ସୁଲତାନିଆଁ ଓ ସୌରଭ ସୁଲତାନିଆଁଙ୍କ ଅଟାକଳ, ତେଜରାତି ଦୋକାନ, ସିମେଣ୍ଟ ଓ ଲୁହା ଛଡ ଗୋଦାମ ସହିତ ଖାଇବାତେଲ ଗୋଦାମରେ ଏହି ଚଢଉ ହେଉଛି। ଏହି ଚଢ଼ଉରେ ଜଣେ ଡେପୁଟି କମିଶନରଙ୍କ ସହିତ ବାଲେଶ୍ଵର, ମୟୁରଭଞ୍ଜ ଓ ଯାଜପୁରର ୬ଟି ଟିମ୍ ସାମିଲ ଅଛନ୍ତି । ସିଟି ଏବଂ ଜିଏସଟିରେ ବଡଧରଣର ଠକେଇ ଅଭିଯୋଗରେ ଏହି ଚଢ଼ାଉ ଜାରି ରହିଛି। କରଞ୍ଜିଆର ଦୁଇଟି ଏବଂ ରରୁଆଁର ଥିବା ଚାରିଟି ବ୍ୟବସାୟୀକ ପ୍ରତିଷ୍ଠାନରେ ଏକ କାଳୀନ ଚଢ଼ାଉ ଜାରି ରହିରହିଥିବା ଜଣାପଡିଛି ।






