ନୟାଗଡ଼, (ବାଘୁଆବାର୍ତ୍ତା): ରାଜ୍ୟ ଯକ୍ଷ୍ମା ବିଭାଗ ତରଫରୁ ନୟାଗଡ଼ ବ୍ଲକର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଯକ୍ଷ୍ମା ରୋଗି, ଆଶା, ଏ.ଏନ୍.ଏମ୍, ସ୍ୱାସ୍ଥ୍ୟ ପରିଦର୍ଶକଙ୍କ ସହିତ ଏହି ଯୋଜନା କିପରି ଚାଲିଛି ତାହାର ସମୀକ୍ଷା କରିଛନ୍ତି । ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଠିକ୍ ସମୟରେ ଔଷଧ ଦିଆଯାଉଛି କି ନାହିଁ ଓ ରୋଗୀମାନେ ନିୟମିତ ଔଷଧ ସେବନ କରୁଛନ୍ତି କି ନାହିଁ ସେ ସଂପର୍କରେ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ଠାରୁ ବୁଝିଥିଲେ । ଯକ୍ଷ୍ମା ରୋଗୀଙ୍କ ସହ ସାକ୍ଷାତ କରି ଚିକିତ୍ସା ସେବା ସଂପର୍କରେ ଆଲୋଚନା କରିଥିଲେ ଓ ବିଭିନ୍ନ ପରାମର୍ଶ ଦେଇଥିଲେ । ସେମାନଙ୍କର ଆରୋଗ୍ୟ କାମନା କରିବା ସହ ବ୍ଲକରେ ରୋଗକୁ ମୁଳତ୍ପାଟନ କରିବା ସହିତ ସମସ୍ତେ ସଚେତନ ବାର୍ତ୍ତା ଦେବା ସହ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯକ୍ଷ୍ମା ଔଷଧ ଠିକ୍ ଅଛି କି ନାହିଁ ତାହାର ତଦାରଖ କରିଛନ୍ତି ରାଜ୍ୟ ଯକ୍ଷ୍ମା ବିଭାଗର ଡ଼ ପ୍ରଶାନ୍ତ କୁମାର ହୋତା । ଉକ୍ତ ଗସ୍ତରେ ଡ଼ ସଚି ମିଶ୍ର, ଡ଼ ସବ୍ରତ ପଣ୍ଡା, ଡ଼ ବିଣାପାଣୀ ନନ୍ଦ, ଦୀପକ୍ କୁମାର ଦଳବେହେରା ଓ ବିଶ୍ୱରଂଜନ ସୁବୁଦ୍ଧି ଏହି ପରିଦର୍ଶନରେ ସାମିଲ ହୋଇଥିଲେ ।






