ଜଟଣୀ, (ବାଘୁଆବାର୍ତ୍ତା): ଖୋର୍ଦ୍ଧା ଜିଲା ଜଟଣୀ ପୋଲିସ ୩ ଜଣ ବାଇକଙ୍କ ଲୁଟେରାଙ୍କ ସହ ଚୋରା ବାଇକ କିଣୁଥିବା ଜଣେ ଗ୍ରାହକଙ୍କୁ ଗିରଫ କରିଛି । ୩ ଲୁଟେରା ହେଲେ ରଥିପୁର ଅଞ୍ଚଳରେ ରବି ନାଏକ, ସେଖ୍ ରଜାରୀ ଓ ମହମ୍ମଦ ଆସିକ୍ । ଗିରଫ ଗ୍ରାହକ ହେଲେ ମଧୁସୂଦନ ନଗରରେ ହରେକୃଷ୍ଣ ପାଲ । ଏମାନଙ୍କ ଠାରୁ ପୋଲିସ ୫ ମୋଟର ସାଇକେଲ ଜବତ କରିଛି । ଖୋର୍ଦ୍ଧା ସତିପୁର ଅଞ୍ଚଳର ପ୍ରମୋଦ କୁମାର ସ୍ବାଇଁ ଜଟଣୀ ରେଳବାଇ ମାର୍କେଟରୁ ସଉଦା କିଣୁଥିଲେ। ଏହି ସମୟରେ ତାଙ୍କର ବାଇକ ଚୋରୀ ହୋଇଥିଲା । ଏନେଇ ଜଟଣୀ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ କରି ପ୍ରଥମେ ରବି ନାଏକଙ୍କୁ ଗିରଫ କରିଥିଲା । ପରେ ପଚରା ଉଚରା ପରେ ଏନ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା ।






