Tuesday, June 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭିଡିଓ କଲିଂ ମାଧ୍ୟମରେ ଠାର ଠାର ପ୍ରେମ ହୋଇ ପଡିଲା ହାତଗଣ୍ଠି

by ସଞ୍ଜୟ ସ୍ୱାଇଁ
May 12, 2022
in State
ଭିଡିଓ କଲିଂ  ମାଧ୍ୟମରେ ଠାର ଠାର ପ୍ରେମ ହୋଇ ପଡିଲା ହାତଗଣ୍ଠି
121
VIEWS
Share on FacebookShare on Twitter

କେନ୍ଦୁଝର, (ବାଘୁଆବାର୍ତ୍ତା): ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ । ଜାତିଗତ ବିଭେଦ ଥିଲେ ବି ଭଲପାଇ ବିବାହ କରିବା ପୂର୍ବକ ସଚ୍ଚା ପ୍ରେମର ବାର୍ତ୍ତା ଦେଇଛନ୍ତି ଏକ ଭିନ୍ନକ୍ଷମ (ମୂକ) ପ୍ରେମିକ, ପ୍ରେମିକା ଯୋଡ଼ି ଖଇର ଓ ଇତିହାସ । ବୁଧବାର ଖୁବ୍‌ ଆଡ଼ମ୍ବରରେ ବିବାହ କରିଛନ୍ତି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଅନ୍ତର୍ଗତ ଭଗାମୁଣ୍ଡା ଗ୍ରାମର ଡାକ୍ତର ମହାନ୍ତଙ୍କ ସୁପୁତ୍ରୀ ଖଇର ଏବଂ ମୟୂରଭଞ୍ଜ ଜିଲ୍ଲା ଫୁଲକମ୍ପା ଗ୍ରାମର ବିଶ୍ୱାମିତ୍ର ନାୟକଙ୍କ ବଡ଼ପୁଅ ଇତିହାସ । ୩ ବର୍ଷର ପ୍ରେମ ସମ୍ପର୍କ ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । କେନ୍ଦୁଝରସ୍ଥିତ ମୂକ ବଧିର ସ୍କୁଲରେ ପଢୁଥିଲେ ଖଇର ଏବଂ ଇତିହାସ । ଖଇର କୁଡୁମି ଜାତିର କନ୍ୟା ହୋଇଥିବାବେଳେ ଇତିହାସ ହେଉଛନ୍ତି ଗଣ୍ଡ ଜାତିର । ଖଇର ତଳ କ୍ଲାସରେ ଏବଂ ଇତିହାସ ଉପର କ୍ଲାସ୍‌ରେ ପଢୁଥିବାବେଳେ ଇତିହାସଙ୍କ ସାନ ଭଉଣୀ ଖଇରର କ୍ଲାସମେଟ୍‌ ଥିଲେ । ସେବେଠାରୁ ଉଭୟ ପରିଚିତ ହୋଇଥିଲେ । ଖଇର କେନ୍ଦୁଝରରେ ପାଠପଢ଼ା ସାରି ଘରେ ରହିଲେ ଏବଂ ଇତିହାସ ଯୁକ୍ତ ୩ ପଢ଼ିବା ପରେ ଚେନ୍ନାଇସ୍ଥିତ ମାର୍ବଲ କମ୍ପାନୀରେ କାମ କଲେ । କ୍ରମେ ହ୍ୱାଟସ୍ପଆପ ଭିଡିଓ କଲିଂରେ ଠାର ମାଧ୍ୟମରେ ଭାବ ଆଦାନପ୍ରଦାନ ପୂର୍ବକ ଉଭୟ ଉଭୟଙ୍କ ପ୍ରତି ଆକର୍ଷିତ ହୋଇଥିଲେ ଏବଂ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଦୀର୍ଘ ୩ ବର୍ଷରୁ ଅଧିକ ଦିନ ଧରି ଉଭୟଙ୍କ ମଧ୍ୟରେ ଭିଡିଓ କଲିଂ ମାଧ୍ୟମରେ ଠାରରେ କଥାବାର୍ତ୍ତା ଜାରି ରହିଥିଲା । ଖଇରର ବିବାହ ପ୍ରସ୍ତାବ ଆସିବା ପରେ ସେ ପରିବାର ଲୋକଙ୍କୁ ମନା କରିଥିଲେ ଏବଂ ମୋବାଇଲରେ ଇତିହାସଙ୍କ ଫଟୋ ଦେଖାଇ ତାଙ୍କ ସହ ବିବାହ କରିବେ ବୋଲି ସୂଚନା ଦେଇଥିଲେ । ଖଇରଙ୍କ ପରିବାର ଲୋକେ ବିବାହ କରେଇବା ନିମନ୍ତେ ପ୍ରସ୍ତାବ ଖୋଜୁଥିବା ଜାଣି ଇତିହାସ ମଧ୍ୟ ତାଙ୍କ ପରିବାର ଲୋକଙ୍କୁ ଖଇର ଘରକୁ ପଠାଇଥିଲେ । ଦୁଇ ମୂକ ସନ୍ତାନଙ୍କ ଇଚ୍ଛାକୁ ଉଭୟ ପରିବାର ସ୍ୱୀକୃତି ଦେଇଥିଲେ । ଅଲଗା ଅଲଗା ଜାତିର ହୋଇଥିଲେ ମଧ୍ୟ ଉଭୟଙ୍କୁ ବିବାହ କରେଇବାକୁ ନିଷ୍ପତ୍ତି ନେଇ ବିବାହ ପ୍ରକ୍ରିୟା ଆରମ୍ଭ କରିଥିଲେ । ବୁଧବାର ଇତିହାସ ବାଜା, ବାଣ ରୋସଣି ସହ ବରଯାତ୍ରୀ ନେଇ ଭଗାମୁଣ୍ଡା ଗ୍ରାମରେ ପହଞ୍ଚିବା ପରେ ଖଇରଙ୍କ ପରିବାରବର୍ଗ ପାଛୋଟି ଆଣିଥିଲେ । ମହାନ୍ତ ସମ୍ପ୍ରଦାୟର ରୀତିନୀତି ଆଧାରରେ ପ୍ରଥମେ ମହୁଲ ଗଛ ସହ କନ୍ୟାର ବିବାହ ସମ୍ପନ୍ନ ହୋଇଥିଲା । ଏହାକୁ ମହୁଲ ବାହା ବୋଲି କୁହାଯାଇଥାଏ । ପରେ ବୈଦିକ ରୀତିରେ ବେଦୀ ଉପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସାହି ପଡ଼ିଶା ଏବଂ ଆଖପାଖ ଅଞ୍ଚଳରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ବର, କନ୍ୟାଙ୍କୁ ଆଶୀର୍ବାଦ ପ୍ରଦାନ କରିବା ସହ ଉଭୟଙ୍କ ସୁଖମୟ ବୈବାହିକ ଜୀବନ କାମନା କରିଛନ୍ତି ଗ୍ରାମବାସୀ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!