Thursday, September 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କେଏସବି ପବ୍ଲିକ ସ୍କୁଲରେ ପିଲାଙ୍କ ବିଜ୍ଞାନ ମେଳା

by ସଞ୍ଜୟ ସ୍ୱାଇଁ
January 11, 2020
in Education
କେଏସବି ପବ୍ଲିକ ସ୍କୁଲରେ ପିଲାଙ୍କ ବିଜ୍ଞାନ ମେଳା
29
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ଶରଣକୂଳଠାରେ ଅବସ୍ଥିତ କେଏସବି ପବ୍ଲିକ ସ୍କୁଲରେ ଉନବିଂଶତମ ପିଲାଙ୍କ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସଭାପତି ମନୋରଂଜନ ଦାଶଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉକ୍ତ ବିଜ୍ଞାନ ମେଳାରେ ପଂଚରିଡ଼ା ବନାଞ୍ଚଳ ଅଧିକାରୀ ଅର୍ଚ୍ଚନା ଗମାଙ୍ଗୋ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କପିଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିମାଁଇ ଚରଣ ପ୍ରଧାନ ମୁଖ୍ୟବକ୍ତା, ବିଦ୍ୟାଳୟର ସଂପାଦକ ପ୍ରଶାନ୍ତ ଦାଶ ସମ୍ମାନିତ ଏବଂ ଅନ୍ୟତମ ଅତିଥିଭାବେ ଶିକ୍ଷାବିତ୍ ଲକ୍ଷ୍ମୀଧର ସାହୁ, ବିଭୂତି ଭୂଷଣ ମିଶ୍ର, ସିଆରସିସି ଗୋଦାବରୀ ବସନ୍ତିଆ ପ୍ରମୂଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ବିଜ୍ଞାନ ମେଳାରେ ୧୪୨ଟି ପ୍ରକଳ୍ପ ଅଂଶ ଗ୍ରହଣ କରିଥିବା ବେଳେ ସେଥିମଧ୍ୟରୁ ୧୨ଟି ପ୍ରକଳ୍ପ ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳାକୁ ଉନ୍ନୀତ ହୋଇଛି । ବିଜ୍ଞାନର ସୁବିନିଯୋଗ ଗୋଟିଏ ଦେଶର ପ୍ରତିଟି ବ୍ୟକ୍ତିର ଆର୍ଥୀକ, ମାନସିକ ଓ ସାମାଜିକ ବିକାଶରେ ସହାୟ ହୋଇଥିବା ବେଳେ ଏହାର ଅପବ୍ୟବହାର ସମଗ୍ର ବିଶ୍ୱକୁ ବିକଳାଙ୍ଗ କରିଦେଇ ପାରେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ବରିଷ୍ଠ ବିଭାଗରେ କୃଷ୍ଣଚନ୍ଦ୍ର ପାଳ, ଆକାଶ ବେହେରା, ଓମ୍ ପ୍ରକାଶ ସାହୁ, ପ୍ରଭୃ ପ୍ରିତମ, କନିଷ୍ଠ ବିଭାଗରେ ଏସ ସାଇଶଙ୍କର, ଆୟୁଷ ଅୟସକାନ୍ତ ଲେଙ୍କା, ଆୟନ ଅୟସକାନ୍ତ ଲେଙ୍କା, ସ୍ୱାଗତିକା ସାହୁ, ତପନ ସ୍ୱାଇଁ ଏବଂ ସର୍ବ କନିଷ୍ଠ ବିଭାଗରେ ଓଁକାର ସାହୁ, ସ୍ମାରକୀ ସୁମନ ତ୍ରିପାଠୀ,ଆଶୁତୋଷ ଜେନା ପ୍ରମୂଖ କୃତ୍ତିତ୍ୱ ଅର୍ଜ୍ଜନ କରିଛନ୍ତି । କୁନି ବିଜ୍ଞାନୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!