ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ନୂଆବର୍ଷର ପ୍ରଥମ ମାସରେ ନିଷ୍ଠୁର ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୦ ବର୍ଷ ଆରମ୍ଭରୁ ରାଜ୍ୟ ସରକାର ମୋ ସରକାର ଏବଂ ୫ଟି ଆଧାରରେ ଛଅ ଜଣ ଅଫିସରଙ୍କୁ ଦେଲେ ଦଣ୍ଡ । ନବୀନ ଗଡ଼ାଇଲେ ଛଅ ମୁଣ୍ଡ । ଛଅ ଅଧିକାରୀଙ୍କ ମଧ୍ୟରୁ ଚାରି ଜଣଙ୍କୁ ବହିସ୍କୃତ କରିଥିବା ବେଳେ ଦୁଇଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । କର୍ତ୍ତବ୍ୟରେ ଯିଏ ଅବହେଳା କଲା ତାଙ୍କୁ ସଙ୍ଗେ ସଙ୍ଗେ ମିଳୁଛି ଦଣ୍ଡ । ସୂଚନାନୁସାରେ, ସହକାରୀ ଯନ୍ତ୍ରୀ ନାରାୟଣ ଡିଆଡ଼ିଙ୍କୁ ମୁଖ୍ୟମନ୍ତ୍ରୀ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଆୟ ବର୍ହଭୂତ ସଂପତ୍ତି ଠୁଳ, କର୍ତ୍ତବ୍ୟରେ ଅବହେଳା କରିଥିବା ନାରାୟଣଙ୍କୁ ବିଦା କରାଯାଇଛି । ସେହିପରି ଭାବେ ଅନ୍ୟ ଜଣେ ଜ୍ଞାନେନ୍ଦ୍ର ପଟେଲଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଅନ୍ୟ ଏକ ପକ୍ଷରେ ଭିଜିଲାନ୍ସ ମାନଲାରେ ଦୋଷୀ ସାବସ୍ତ ହୋଇଥିବା ଚାରି ଅଧିକାରୀଙ୍କୁ ଚାକିରିରୁ ବିଦା କରିଛନ୍ତି । ସେମାନେ ହେଲେ ସଂଜୟ କୁମାର ଚୈାଧୁରୀ, ପ୍ରଦୀପ ରାୟ, ବିଜ୍ଞାନ ବେଉରିଆ, ଅମୀୟ ସେଠୀ ।






