ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ପାଟପୁରପାଟଣା ଦୁର୍ଗାବଜାରର ଜଣେ ଯୁବକ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଡାୟଲସିସି ପାଇଁ ଯାଇ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି । ସୂଚନାନୁସାରେ, ଦୁର୍ଗାବଜାର ରାଜକିଶୋର ଦୋରାଙ୍କ ପୁଅ ବାପିନା ଦୋରା (୨୨)ଙ୍କର ଦୁଇଟି କିଡନ୍ ନଷ୍ଟ ହୋଇଯାଇଥିଲା । ତେଣୁ ସେ ସପ୍ତାହରେ ଦୁଇ ଥର ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଡାୟଲସିସି କରିବା ପାଇଁ ଯାଇଥାନ୍ତି । ଗତ ସାତ ତାରିଖ ଦିନ ଗୋଟାଏ ବେଳକୁ ବାପିନା ଘରୁ ଛଅ ଶହ ଟଙ୍କା ଧରି ନୟାଗଡ଼ ଡାଲସିସି କରିବା ପାଇଁ ଯାଇଥିବା ବେଳେ ବିଳମ୍ବିତ ରାତି ସୁଦ୍ଧା ଘରକୁ ଫେରିନଥିଲେ । ଫଳରେ ପରିବାର ଲୋକେ ଦଶପଲ୍ଲାଠାରୁ ନୟାଗଡ଼ ପର୍ଯ୍ୟନ୍ତ ତାଙ୍କୁ ଖୋଜାଖୋଜି କରିବା ପରେ ନପାଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ବାପିନାଙ୍କ ଉଚ୍ଚତା ୫ଫୁଟ ୬ଇଂଜ ରଂଗ ଶ୍ୟାମଳ ବୋଲି ତାଙ୍କ ମାଆ ପ୍ରକାଶ କରିଛନ୍ତି ।






