Thursday, April 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ୱାସ୍ଥ୍ୟ ଠିକ ରହିଲେ ଜ୍ଞାନ ବଢ଼ିବ : ଅରୁଣ

by ସଞ୍ଜୟ ସ୍ୱାଇଁ
January 8, 2020
in Education
ସ୍ୱାସ୍ଥ୍ୟ ଠିକ ରହିଲେ ଜ୍ଞାନ ବଢ଼ିବ : ଅରୁଣ
35
VIEWS
Share on FacebookShare on Twitter

ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ୩୯ ତମ ବାର୍ଷିକ ଉତ୍ସବ

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟର ଗୋଲାପ ରାଣୀ ଛାତ୍ରୀନିବାସ ପକ୍ଷରୁ ୩୯ ତମ ବାର୍ଷିକ ଉତ୍ସବ ଦ୍ୱିତୀୟ ସଂନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଆରକ୍ଷୀ ଅଧିକ୍ଷକ ଶଶୀଭୂଷଣ ଶତପଥୀ ଯୋଗଦେଇ ଏଠାରେ ପଢ଼ୁଥିବା ଛାତ୍ରୀମାନେ ନିଜ ଅଂଚଳର ସାଙ୍ଗସାଥିମାନଙ୍କୁ କନ୍ୟାଭୃଣ ହତ୍ୟା, ବାଲ୍ୟବିବାହ ଏବଂ ବାଇକ ଚଳେଇବା ବେଳେ ହେଲେମେଟ ବ୍ୟବହାର ଉପରେ ସଚେତନତ କରିବା ପାଇଁ ଆହ୍ୱାନ ଦେଇଥିଲେ । ସେହିପରି ଭାବେ ମୁଖ୍ୟ ଅତିଥି ଡ. ସାହୁ ସ୍ୱାସ୍ଥ୍ୟ ସଂମ୍ପର୍କିତ ବହୁ ତଥ୍ୟ ପୂର୍ଣ୍ଣ ଆଲୋଚନା କରିବା ସହିତ ମାନସିକ ଓ ଶାରିରୀକ ସ୍ତରରେ ସ୍ୱାସ୍ଥ୍ୟବାନ ହେଲେ ଜ୍ଞାନର ପରିମାପରେ ବୃଦ୍ଧି ଘଟିବ ବୋଲି କହିଥିଲେ । ଏହା ସହିତ ଜଣେ ସ୍ୱୟଂ ସମ୍ପୂର୍ଣ୍ଣା ହେବା ପାଇଁ ପାଠ୍ୟ ପୁସ୍ତକ ବାଦ ଅନ୍ୟାନ ସମସ୍ତ ବିଷୟ ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି କହିଥିଲେ । ଚୀନ ଓ ଭାରତ ମଧ୍ୟରେ ଏକ ତୁଳନାତ୍ମକ ମତ ଦେଇ ମନ୍ତ୍ରୀ ଡ. ସାହୁ କହିଥିଲେ, ଚୀନରେ ଏକାଅଶୀ ଭାଗ ଲୋକ ଶାରୀରିକ ସୁସ୍ଥ ଥିବା ବେଳେ ଭାରତ ବର୍ଷରେ ୭୬ ଭାଗ ଲୋକ ଅସୁସ୍ଥ ଅଟନ୍ତି । ତେଣୁ ସେଥିପାଇଁ ଫିଟ ଇଣ୍ଡିଆର କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଏହି କାର୍ଯ୍ୟକ୍ରମ ମୁଖ୍ୟତଃ ମହାବିଦ୍ୟାଳୟ ସ୍ତରରୁ ଆରମ୍ଭ ହେବାକୁ ଯାଉଛି ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରଫେସର ରାଜଶ୍ରୀ ମହାପାତ୍ର, ହଷ୍ଟେଲ ପରିଚାଳିକା ରୀନାବାଳା ଆଚାର୍ଯ୍ୟ, ଛାତ୍ରୀ ନିବାସର ସାଧାରଣ ସଂପାଦିକା ଜ୍ୟୋର୍ତିମୟୀ ସାହୁ ପ୍ରମୂଖ ମଂଚାସନ ଥିଲେ । କୃତ୍ତି ଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026
ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

April 16, 2026
ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

April 16, 2026
କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

April 16, 2026
ସନ୍ଦେହ ଘେରରେ ଇଟାମାଟି ସିଆରସିସିଙ୍କ ଭୂମିକା

ସନ୍ଦେହ ଘେରରେ ଇଟାମାଟି ସିଆରସିସିଙ୍କ ଭୂମିକା

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!