ନୟାଗଡ଼, (ବାଘୁଆବାର୍ତ୍ତା) : ଖଣ୍ଡପଡା ବ୍ଳକ ଅଧିନ କୋସକା ପଂଚାୟତରେ ଏକ ବୈଠକରେ ବଚସାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ହୋଇଥିବା ଜଣାପଡ଼ିଛି । ଗୋଟିଏ ଗୋଷ୍ଠୀର ଆକ୍ରମଣରେ କୋସକା ପଂଚାୟତ ସୁବାସ ଚନ୍ଦ୍ର ବେହେରା(୫୩) ଆହାତ ହୋଇଛନ୍ତି । ସୂଚନାନୁସାରେ, କୋସକା ପଂଚାୟତ କାର୍ଯ୍ୟାଳୟ ନିକଟସ୍ଥ ମଣ୍ଡପରେ ଆଜି ଏକ ବୈଠକର ଆୟୋଜନ କରାଯାଇଥିଲା । ବୈଠକରେ କୈାଣସି କାରଣକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା । ଫଳରେ ହଠାତ୍ ଗୋଟିଏ ଗୋଷ୍ଠୀର କିଛି ଲୋକ ସଂଘବଦ୍ଧ ଭାବେ ସୁବାସଙ୍କୁ ମାଡ଼ ମାରିଥିବା ଜଣାପଡ଼ିଛି । ଆହାତ ସୁବାସଙ୍କୁ ଆଶୁ ଚିକିତ୍ସା ନିମନ୍ତେ ଖଣ୍ଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତୀ କରାଯାଇଛି । ଖବର ପାଇ କୋସକା ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଁଚିବା ପରେ ପରିସ୍ଥିତି ଶାନ୍ତ ପଡିଥିଲେ ହେଁ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ପୋଲିସ ନିକଟରେ କୈାଣସି ଲିଖିତ ଅଭିଯୋଗ ହୋଇ ନଥିବା ଜଣାପଡିଛି ।






