- ନୟାଗଡ଼, (ବାଘୁଆବାର୍ତ୍ତା) : ରାଜ୍ୟ ସରକାର ପ୍ରଣୟନ କରିଥିବା ମୋ ସରକାର ଯୋଜନାରେ ୫ଟିର ଚାରି ଜଣ ସଦସ୍ୟ ଗୁପ୍ତ ଭାବରେ ଆଜି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ପରିଦର୍ଶନ କରିଛନ୍ତି । ଏହି ଉପଲକ୍ଷେ ଉକ୍ତଟିମ ଭାଗ ଭାଗ ହୋଇ ୬୦ ରୋଗୀଙ୍କୁ ଭେଟିବା ସହିତ ସେମାନଙ୍କ ସାଥିରେ ଥିବା ରୋଗୀ ସଂମ୍ପର୍କୀୟମାନଙ୍କୁ ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ନୟାଗଡ଼ ଡାକ୍ତରଖାନର ଭିତ୍ତିଭୂମୀ, ପରୀକ୍ଷା, ନିରିକ୍ଷା, ସଫାସୁତରା, ନିରାମୟ କେନ୍ଦ୍ରରେ କିପରି ଭାବରେ ଔଷଧ ବଣ୍ଟନ କରାଯାଉଛି, ଡାଏଲସିସି କେନ୍ଦ୍ର, ଶିଶୁ ଓ ମାତୃମଙ୍ଗଳ କୋଠା ପରିଦର୍ଶନ କରିଥିଲେ । ଏଥିସହିତ ସେମାନେ ବିଭିନ୍ନ ବିଭାଗର କର୍ମଚାରୀମାନଙ୍କ ସହିତ ପରିଚୟ ନଦେଇ ଲୁକାୟିତ ଭାବରେ ବିଭିନ୍ନ ବିଷୟରେ ପଚାରି ବୁଝିଥିଲେ । ନିରାମୟ ସେଣ୍ଟରରେ ଦୁଇଜଣ ଛିଡ଼ା ହୋଇ କିପରି ଔଷଧ ବଣ୍ଟନ କରାଯାଉଛି ତାହାର ଅନୁଧ୍ୟାନ କରିଥିଲେ । ଏହି ଅନୁଧ୍ୟାନ ବେଳେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉତ୍ତମ ସେବା ଯୋଗାଇ ଦିଆଯାଉଥିବା ନେଇ ରିର୍ପୋଟ ଦେଇଥିବା ଜଣାପଡ଼ିଛି ।

No Result
View All Result
error: Content is protected !!