Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭୋଜିଭାତ ଖାଇ ୩୦ରୁ ଉର୍ଦ୍ଧ୍ୱ ଶିଶୁଙ୍କ ସମେତ ୫୦ ରୁ ଅଧିକ ବ୍ୟକ୍ତି ଝାଡାବାନ୍ତିରେ ଆକ୍ରାନ୍ତ

by ସଞ୍ଜୟ ସ୍ୱାଇଁ
April 27, 2022
in Health, State
ଭୋଜିଭାତ ଖାଇ ୩୦ରୁ ଉର୍ଦ୍ଧ୍ୱ ଶିଶୁଙ୍କ ସମେତ ୫୦ ରୁ ଅଧିକ ବ୍ୟକ୍ତି ଝାଡାବାନ୍ତିରେ ଆକ୍ରାନ୍ତ
37
VIEWS
Share on FacebookShare on Twitter

ନୂଆପଡ଼ା, (ବାଘୁଆବାର୍ତ୍ତା): ଭୋଜିଭାତ ଖାଇ ୩୦ରୁ ଉର୍ଦ୍ଧ୍ୱ ଶିଶୁଙ୍କ ସମେତ ୫୦ ରୁ ଅଧିକ ବ୍ୟକ୍ତି ଝାଡାବାନ୍ତିରେ ଆକ୍ରାନ୍ତ । ନିକଟସ୍ଥ ବୋଡେନ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ୩୦ରୁ ଅଧିକ ଅସୁସ୍ଥଙ୍କୁ ଭର୍ତ୍ତିକରି ଚିକିତ୍ସା କରାଯାଉଥିବା ବେଳେ କିଛି ଅସୁସ୍ଥଙ୍କୁ ଖରିଆର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଲିଟିସର୍ଗି ଗ୍ରାମର ଘଟଣା । ଆଜି ଗ୍ରାମର ପରମେଶ୍ବର ବାଗଙ୍କ ଝିଅର କୁଆଁରୀ ବ୍ରତରେ ମଧ୍ୟାହ୍ନରେ ଭୋଜିଭାତ ହୋଇଥିଲା । ଯାହାକୁ ଖାଇବା ପରେ ଧିରେ ଧିରେ ଶିଶୁମାନଙ୍କର ପ୍ରଥମେ ଝାଡାବାନ୍ତି ଆରମ୍ଭ ହୋଇଥିଲା । ୧୦୮ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ନିକଟସ୍ଥ ବୋଡେନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଧିରେ ଧିରେ ଅସୁସ୍ଥଙ୍କ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ପର୍ୟ୍ୟନ୍ତ ଶିଶୁଙ୍କ ସହ ଅନ୍ୟ ମାନଙ୍କୁ ମିଶାଇ ଅସୁସ୍ଥଙ୍କ ସଂଖ୍ୟା ୫୦ରୁ ଉର୍ଦ୍ଧ୍ୱ ହୋଇଥିନା ବେଳେ ଏବେ ବି ଲିଟିସର୍ଗି ଗ୍ରାମର ବିଦ୍ୟାଳୟରେ ୧୦ରୁ ଉର୍ଦ୍ଧ୍ୱ ଅସୁସ୍ଥ ହସ୍ପିଟାଲ ଯିବାପାଇଁ ଆମ୍ବୁଲାନ୍ସକୁ ଜଗି ବସିଛନ୍ତି । ସେପଟେ ଆଖପାଖ ଗ୍ରାମର ଅନେକ ଲୋକ ମଧ୍ୟ ଅସୁସ୍ଥ ହୋଇଥିବା ସୂଚନା ରହିଛି । ଗାଁ କୁ ଏକ ଡାକ୍ତରି ଦଳ ପଠାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!