Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୬ରୁ ୧୨ ବର୍ଷ ପିଲାଙ୍କୁ ଦିଆଯିବ କରୋନା ପ୍ରତିଷେଧକ ଟିକା କୋଭାକ୍ସିନ

by ସଞ୍ଜୟ ସ୍ୱାଇଁ
April 26, 2022
in Health, NATIONAL NEWS, State
୬ରୁ ୧୨ ବର୍ଷ ପିଲାଙ୍କୁ ଦିଆଯିବ କରୋନା ପ୍ରତିଷେଧକ ଟିକା କୋଭାକ୍ସିନ
27
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ୬ରୁ ୧୨ ବର୍ଷ ପିଲାଙ୍କୁ ଦିଆଯିବ କରୋନା ପ୍ରତିଷେଧକ ଟିକା କୋଭାକ୍ସିନ। ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ(ଡିସିଜିଆଇ) ଏନେଇ ଭାରତ ବାୟୋଟେକକୁ ଅନୁମତି ପ୍ରଦାନ କରିଛନ୍ତି। ଭାତରରେ ପୁନଶ୍ଚ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିଥିବା ବେଳେ ଏହି ନୂଆ ନିଷ୍ପତ୍ତି ଆସିଛି। ଆସନ୍ତା ୨ ମାସ ନିମନ୍ତେ ଟିକା ଦେବାର ୧୫ ଦିନର ବିଶ୍ଲେଷଣ ରିପୋର୍ଟ ଦେବାକୁ କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଛି। ପରେ ଆସନ୍ତା ୫ ମାସ ନିମନ୍ତେ ମାସିକ ରିପୋର୍ଟ ଦେବାକୁ କୁହାଯାଇଛି। ଏପ୍ରିଲ ୨୧ ତାରିଖରେ ଡିସିଜିଆଇର ସବଜେକ୍ଟ ଏକ୍ସପଟ କମିଟି(ଏସଇଜି) ପକ୍ଷରୁ ଭାରତ ବାୟୋଟେକକୁ ୨ରୁ ୧୨ ବର୍ଷର ଶିଶୁମାନଙ୍କୁ କରୋନା ଭ୍ୟାକ୍ସିନ କୋଭାକ୍ସିନ ଦେବା ନିମନ୍ତେ ତଥ୍ୟ ଦେବାକୁ ତଥ୍ୟ ମାଗିଥିଲା। ତଥ୍ୟ ପାଇବା ପରେ ଏକ୍ସପଟ କମିଟି ୬ରୁ ୧୨ ବର୍ଷ ପିଲାଙ୍କୁ କରୋନା ପ୍ରତିଷେଧକ ଦେବାକୁ ନିଷ୍ପତ୍ତି ନେଇଛି। ତେଣେ ଡିସିଜିଆଇ ଏକ୍ସପଟ କମିଟି ପକ୍ଷରୁ ୫ରୁ ୧୧ ବର୍ଷର ଶିଶୁମାନଙ୍କୁ ଜରୁରୀକାଳୀନ ବ୍ୟବହାର ନିମନ୍ତେ ବାୟୋଲୟଜିକାଲ ଇ’ କୋଭିଡ୍-୧୯ ଭ୍ୟାକସିନ କର୍ବେଭକ୍ସ ଦେବାକୁ ସୁପାରିଶ କରିଛି। ସେହିପରି ଡିସିଜିଆଇ ପକ୍ଷରୁ ୧୨ ବର୍ଷରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ଜିଡସ କାଡିଲା ଭ୍ୟାକ୍ସିନ(ଜିକୋଭଡ) ଦେବାକୁ ଅନୁମତି ଦେଇଛି। ଏହାକୁ ମିଶାଇ ମଙ୍ଗଳବାର ମୋଟ ୩ ଟିକାକୁ ଶିଶୁଙ୍କୁ ଦେବା ନିମନ୍ତେ ଡିସିଜିଆଇ ଅନୁମତି ପ୍ରଦାନ କରିଛି। ତେବେ କରୋନାର ପୂର୍ବ ଲହରି ଶିଶୁମାନଙ୍କ ଉପରେ ବିଶେଷ ପ୍ରଭାବ ପକାଇନି। ମାତ୍ର ଏବେ ‘ଏକ୍.ଇ.’ ନୂଆ ଭ୍ୟାରିଏଣ୍ଟ ଦ୍ୱାରା ଶିଶୁମାନେ ବିଶେଷ ଭାବେ ସଂକ୍ରମିତ ହେଉଛନ୍ତି। ସ୍କୁଲ ଖୋଲିବା ପରେ ଏହି ସଂକ୍ରମଣ ବଢ଼ିବା ନେଇ ବେଶୀ ଆଶଙ୍କା ପ୍ରକାଶ ପାଇଛି। ଗତ ୩ ମାସ ଭିତରେ ଶିଶୁମାନଙ୍କ ଭିତରେ ଏଭଳି ସଂକ୍ରମଣ ଲକ୍ଷଣମାନ ଚିହ୍ନଟ ହେଉଥିବା ବିଶେଷଜ୍ଞମାନେ କହିଛନ୍ତି। ଆହୁରି ମଧ୍ୟ କୁହାଯାଇଛି, ଏହି ସଂକ୍ରମଣ ସେତେ ସାଂଘାତିକ ନୁହେଁ। ଅଭିଭାବକଙ୍କୁ ଏଥିନିମନ୍ତେ ବ୍ୟସ୍ତ ହେବା ଉଚିତ ନୁହେଁ। ଶିଶୁ ଠାରେ କରୋନା ଲକ୍ଷଣ ଦେଖିବା ମାତ୍ରେ ତୁରନ୍ତ ଚିକିତ୍ସା କରାଇଲେ ଏହା ଭଲ ହୋଇଯିବ। ଏହା ପୂର୍ବରୁ ୧୨ରୁ ୧୫ ବର୍ଷ ଶିଶୁମାନଙ୍କୁ କରୋନାରୁ ସୁରକ୍ଷା ନିମେନ୍ତ ମାର୍ଚ୍ଚରେ ଟୀକା ଦିଆଯିବା ଆରମ୍ଭ ହୋଇଥିଲା। ଏବେ ଡିସିଜିଆଇ ୬ରୁ ୧୨ ବର୍ଷ ଶିଶୁଙ୍କ ସୁରକ୍ଷା ନିମନ୍ତେ ଟୀକା ଦେବାକୁ ନିଷ୍ପତ୍ତି ନେଇଛି। ଏକ୍ସଇ ଭ୍ୟାରିଏଣ୍ଟ କରୋନା ଆକ୍ରାନ୍ତ ହେଲେ ନାକରୁ ପାଣି ବାହାରିବା, ଗଳା ଦରଗ ହେବା, ଶରୀର ଦରଜ ହେବା, ଶୁଖିଲା କାସ ହେବା, ବାନ୍ତି ଲାଗିବା, ପତଳା ଛାଡା ପ୍ରଭୃତି ଲକ୍ଷ୍ୟଣ ଦେଖାଯାଏ। କରୋନାରୁ ସୁରକ୍ଷା ନିମେନ୍ତ ଶିଶୁଙ୍କୁ ସଫାସୁତ ରଖିବ, ନିୟମିତ ହାତ ଧୋଇବା, ବାହାରକୁ ଯଥାସମ୍ଭବ କମ୍ ଛାଡିବା, ସଂକ୍ରମିତ ବ୍ୟକ୍ତିଙ୍କ ନିକଟକୁ ଆଦୌ ନ ଛାଡିବା, ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ନିମେନ୍ତ ଉଚିତ୍ ଖାଦ୍ୟପେୟ ପ୍ରଦାନ କରିବା ଏବଂ ଶିଶୁ ଟୀକା ନେବାକୁ ଯୋଗ୍ୟ ହୋଇଥିଲେ ତୁରନ୍ତ ଟିକା ଦେବାକୁ ପରାମର୍ଶ ଜାରି ହୋଇଛି। ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଥିବା ବେଳେ ୨୪ ଘଣ୍ଟା ଭିତରେ ୨୪୮୩ ମାମଲା ନଜର ଆସିଛି। ଯେତେବେଳ କି ୧୯୭୦ ଜଣଙ୍କ ମୃତ୍ୟୁ ହୋଇଛି। ସଂକ୍ରମଣ ପ୍ରତିଶତ .୫୫ ପ୍ରତିଶତ ରହିଛି। ଏବେ ୧୫ ହଜାର ୬୩୬ କରୋନା ଆକ୍ରାନ୍ତ ଚିକିତ୍ସିତ ଅଛନ୍ତି। ଦେଶ ଉପରେ କରୋନାର ଚତୁର୍ଥ ଲହର ଆଶଙ୍କା ଦେଖାଦେଇଛି। ଦିଲ୍ଲୀର ନୋଏଡାରେ ଗତ ୨୪ ଘଣ୍ଟା ଭିତରେ ୨୩ ଜଣ ଶିଶୁ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛନ୍ତି। ଯେତେବେଳ କି ଦିଲ୍ଲୀରେ ମୋଟ ୧ ହଜାର ୧୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାପରେ ଏଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ୧୬୮ ହୋଇଛି। କରୋନା ସଂକ୍ରମଣ ଆରମ୍ଭ ଠାରୁ ଏ ପର୍ୟ୍ୟନ୍ତ ଦେଶରେ ୪ କୋଟି ୩୦ ଲକ୍ଷ ୬୨ ହଜାର ୫୬୦ ଜଣ ଆକ୍ରାନ୍ତ ହୋଇଛନ୍ତି। ଯାହା ଭିତରୁ ୫ ଲକ୍ଷ ୨୩ ହଜାର ୬୨୨ ଜଣଙ୍କ ମୃତ୍ୟୁ ହେଲେଣି। ଦେଶରେ ପ୍ରାୟ ୧୮୭ କୋଟି ୯୫ ଲକ୍ଷ ୭୬ ହଜାର ୪୨୩ ଜଣ କରୋନା ଟିକା ନେଇସାରିଲେଣି।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!