ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ପିଡବ୍ଲ୍ୟୁଡି ରାସ୍ତାରେ ଆଜି ଜଣେ ବ୍ୟକ୍ତିଙ୍କ ଶବକୁ ଏକ ଆମ୍ବୁଲାନ୍ସ ଭିତରେ ରଖାଯାଇ ଦୀର୍ଘ ସାତଘଣ୍ଟା ଧରି କୁମାର ହସ୍ପିଟାଲ ସାମ୍ନାରେ ରଖାଯାଇଛି । ଖବରରୁ ପ୍ରକାଶ ଯେ, ଉକ୍ତ ବ୍ୟକ୍ତିଙ୍କର ଗତକାଲି ଏହି ହସ୍ପିଟାଲରେ ହାରେନିଆ ଅସ୍ତ୍ରୋପ୍ରଚାର ଚାଲିଥିବା ବେଳେ ହସ୍ପିଟାଲ କର୍ତ୍ତୁପକ୍ଷ ଗୁରୁତର ଦର୍ଶାଇ ତାଙ୍କୁ ଭୂବନେଶ୍ୱର ସ୍ଥାନାନ୍ତରିତ କରିଥିଲେ । ମାତ୍ର ଭୂବନେଶ୍ୱରରେ ରୋଗୀ ପହଂଚିବା ବେଳକୁ ଡାକ୍ତର ରୋଗୀର ମୃତ୍ୟୁ ଘଟି ସାରିଥିବା କହିଥିଲେ । ଫଳରେ ରୋଗୀ ସଂମ୍ପର୍କୀୟମାନେ ଶବକୁ ଆମ୍ବୁଲାନ୍ସ ଯୋଗେ ଆଣି ରବିବାର ଭୋର ସମୟରୁ କୁମାର ହସ୍ପିଟାଲ ସାମ୍ନାରେ ôଖିବା ଦେଇଥିଲେ । ଭୋର ସମୟରୁ ଦିନ ପ୍ରାୟ ୧ ଘଟିକା ପର୍ଯ୍ୟନ୍ତ ଶବଟି ସେଠାରେ ପଡ଼ି ରହିଥିବା ବେଳେ କିଭଳି ଏବଂ କେଉଁ ପରିସ୍ଥିତିରେ ରୋଗୀର ମୃତ୍ୟୁ ଘଟିଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବାର ଆବଶ୍ୟକତା ଥିବା ବେଳେ କାହିଁକି ଚୁପ ରହିଲେ ତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ।






