ସମାଜ ସେବା ପାଇଁ ଉତ୍ସର୍ଗିକୃତ ହେବ
ଭୂବନେଶ୍ୱର, (ବାଘୁଆବାର୍ତ୍ତା ବ୍ୟୁରୋ) : ବିଜୁ ଜନତା ଦଳ ପକ୍ଷରୁ ଓଡ଼ିଶା ମୋ ପରିବାର କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ନବୀନ ନିବାସଠାରେ ଏକ ବୈଠକ ପରେ ବିଧିବଦ୍ଧ ଭାବେ ଏନେଇ ଘୋଷଣା କରାଯାଇଛି । ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡ଼ିଶା ମୋ ପରିବାର କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ସହିତ ଆନୁଷ୍ଠାନିକ ଭାବେ ବିିଭିନ୍ନ ଋପରେଖ ଚୁଡ଼ାନ୍ତ ହୋଇଛି । ରାଜନୀତିରୁ ଉର୍ଦ୍ଧରେ ରହି ସମାଜ ସେବାରେ ନିୟୋଜିତ ହୋଇ ବୃକ୍ଷରୋପଣ, ଜୀବନ ବିନ୍ଦୁ, ପ୍ଲାଷ୍ଟିକମୁକ୍ତ, ଜଳାଶୟ ଗୁଡ଼ିକର ପୁନରୁଦ୍ଧାର, ପ୍ରବାସୀ ଓଡ଼ିଆ ମାନଙ୍କ ସମସ୍ୟାର ସମାଧାନ, ପରିବେଶ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଆଲୋଚନା ହୋଇଛି । ସମାଜସେବାରେ ନିୟୋଜିତ ହୋଇ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଓଡ଼ିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ, ସାଂସଦ ଡ. ଅଚ୍ୟୁତାନନ୍ଦ ସାମନ୍ତ, ପିନାକୀ ମିଶ୍ର, ଚନ୍ଦ୍ରଶେଖର ସାହୁ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଲତିକା ପ୍ରଧାନ, ଅନନ୍ତ ନାରାୟଣ ଜେନା, ସଂଜୀବ ମଲ୍ଲୀକ, ମନୋହର ରନ୍ଧାରୀ, ନଳୀନକାନ୍ତ ପ୍ରଧାନ, ସୂଚିତ୍ ଦାଶ ପ୍ରଭୂତି ଏହି ବୈଠକରେ ଯୋଗ ଦେଇ କମିଟିର ବିଭିନ୍ନ ଋପରେଖ ଉପରେ ଆଲୋଚନା କରିଛନ୍ତି ।





