ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସଦରଥାନା ପୁଲିସ ଗତକାଲି ବିଳମ୍ବିତ ରାତିରେ ୨ଟି ଗୋରୁ ବୋଝେଇ ପିକ୍ ଅପ୍ ଭ୍ୟାନ ଜବତ କରିଛି । ଭ୍ୟାନର ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଗାଡ଼ିରୁ ୯ଟି ଗୋରୁଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଗୋରୁଙ୍କୁ ଖଣ୍ଡପଡ଼ା ବ୍ଲକ କୋସକା ଗୋଶାଳାରେ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି । ସଦରଥାନା ଅନ୍ତର୍ଗତ ପେଟାପଲ୍ଲୀ ଅଞ୍ଚଳରୁ ଦୀର୍ଘଦିନ ଧରି ବେଆଇନ ଗୋଚାଲାଣ ହେଉଥିଲା । ଏନେଇ ଖବରପାଇବା ପରେ ପୁଲିସ ଗତକାଲି ରାତିରେ ଚଢ଼ାଉ କରି ଗାଡ଼ି ଓ ଗୋରୁଙ୍କୁ ଧରିବାରେ ସଫଳ ହୋଇଛି । ଏହାକୁ ନେଇ ସଦରଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଗୋଚାଲାଣ କାରୀଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସୂଚନା ମିଳିଛି ।






