ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ) : ଜାତୀୟ ଉପକୂଳ ଗବେଷଣା କେନ୍ଦ୍ର ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି ଓଡ଼ିଶାର ବେଳାଭୂମୀ ସବୁଠାରୁ କମ ପ୍ରଦୂଷିତ । ଦେଶର ସ୍ୱଚ୍ଛ ବେଳାଭୂମୀ ତାଲିକାରେ ପୁରୀ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଗୋପାଳପୁର ବେଳାଭୂମୀ ଚତୁର୍ଥ ସ୍ଥାନରେ ରହିଛି । ଏହି ତାଲିକା ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି କହିଛନ୍ତି ଯେ, ଭାରତର ସ୍ୱଚ୍ଛ ବେଳାଭୂମୀ ଆପଣାମାନଙ୍କୁ ଓଡ଼ିଶାରେ ଅପେକ୍ଷା କରିଛି । ଜାତୀୟ ଉପକୂଳ ଗବେଷଣା କେନ୍ଦ୍ର ରିପୋର୍ଟ ଆମର ଦାବିକୁ ସମର୍ଥନ କରିଛି । ଚଳିତ ଶୀତ ଋତୁରେ ଥଣ୍ଡାକୁ ଏଡ଼ାଇ ଓଡ଼ିଶାର ସମୃଦ୍ଧ ସଂସ୍କୃତିକୁ ଉପଭୋଗ କରନ୍ତୁ । ଓଡ଼ିଶାର ସ୍ୱଚ୍ଛ ବେଳାଭୂମୀକୁ ଆପଣମାନଙ୍କୁ ଆମନ୍ତ୍ରିତ କରୁଛୁ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।






