୩ ଜଣ ଗିରଫ
ନୟାଗଡ଼, (ବାଘୁଆବାର୍ତ୍ତା) : ନିଷିଦ୍ଧାଂଚଳରୁ ମାଛ ଧରିବା ପଡ଼ିଲା ମହଙ୍ଗା । ତିନିଜଣଙ୍କୁ ବନବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାନୁସାରେ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣାଞ୍ଚଳରୁ ମାଛ ମାରୁଥିବା ସମୟରେ ଛାମୁଣ୍ଡିଆ ବନ ବିଭାଗ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଗିରଫ ୩ ଜଣ ନରସିଂହପୁର ଥାନା ବାଲିପୁଟ ଗ୍ରାମର ଦୁର୍ଯ୍ୟୋଧନ ବେହେରା,ଗୁରୁଦେବ ବେହେରା ଓ ପ୍ରଶନ୍ନ ବେହେରା ବୋଲି ଜଣାପଡିଛି । ବନ୍ୟପ୍ରାଣୀ ନିଷିଧାଞ୍ଚଳ କମ୍ପାଟମେଂଟ ୮ ସ୍ଥିତ ମହାନଦୀ ଗଣ୍ଡ ଉତ୍ତମବାଙ୍କ ନିକଟରେ ୩ଜଣ ଡଙ୍ଗା ସାହାର୍ଯ୍ୟରେ ଜାଲ ବିଛାଇ ମାଛ ମାରୁଥିବା ବେଳେ ଛାମୁଣ୍ଡିଆ ବନାଞ୍ଚଳର ଡେପୁଟି ରେଞ୍ଜର ମାଧବ ଚନ୍ଦ୍ର ନାଏକ, ବଡମୂଳ ବନପାଳ ଦିପ୍ତିରଞ୍ଜନ ଆଚାର୍ଯ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ବିଭାଗୀୟ ଅଧିକାରୀଙ୍କୁ ଦେଖି ୩ ଜଣ ଡଙ୍ଗା ଛାଡ଼ିି ଦୈାଡ଼ି ପଳାଉଥିବା ବେଳେ ଡେପୁଟିରେଞ୍ଜର ଏମାନଙ୍କୁ କାବୁ କରି ନେଇଥିଲେ ।






