Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନବନିର୍ମାଣ କୃଷକ ସଂଗଠନର ସାଂଗଠନିକ ବୈଠକ

by ସଞ୍ଜୟ ସ୍ୱାଇଁ
January 2, 2020
in Nayagarh
ନବନିର୍ମାଣ କୃଷକ ସଂଗଠନର ସାଂଗଠନିକ ବୈଠକ
13
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ନବନିର୍ମାଣ କୃଷକ ସଂଗଠନର ସାଂଗଠନିକ ବୈଠକ ପରେ ହଠାତ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦିଆଯାଇଛି । ସୂଚନାନୁସାରେ, ଜିଲ୍ଲା କମିଟି ଆବାହନରେ ଆଜି ପୁରୁଣା ସହର ସ୍ଥିତ ହାତିଆଶୀଳା ମଠ ପରିସରରେ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । କୃଷକ ନେତା ଅକ୍ଷୟ କୁମାର ଅନଶନରେ ବସିଥିବା ନେଇ ଆଜି ବୈଠକରେ ଆଲୋଚନା ହେବା ସହ ଆଗାମୀ ବଜେଟରେ ଚାଷୀମାନଙ୍କ ପାଇଁ ବଜେଟର ଅଧା ଅର୍ଥ ବ୍ୟୟବରାଦ କରାଯିବା ନେଇ ସରକାର ପଦକ୍ଷେପ ନନେଲେ ଗାଁ ଠାରୁ ଭୂବନେଶ୍ୱର ପର୍ଯ୍ୟନ୍ତ ରାଜରାସ୍ତାରେ ଆନ୍ଦୋଳନ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥିନିମନ୍ତେ ପ୍ରତ୍ୟେକ ଚାଷୀଙ୍କୁ ଏହି ଆନ୍ଦୋଳନରେ କିଭଳି ସାମିଲ କରାଯିବ ତାହା ଆଲୋଚନା ହେବା ସହ ପ୍ରତ୍ୟେକ ଚାଷୀ ପରିବାରଠାରୁ ଚୁଲିଚାନ୍ଦା ଆଦାୟ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥି ସହିତ ଧାନକ୍ରୟ ନେଇ ପ୍ରଶାସନ ପକ୍ଷରୁ କରାଯାଇଥିବା ବୈଠକରେ ନବନିର୍ମାଣ କୃଷକ ସଂଗଠନକୁ ନିମନ୍ତ୍ରିତ କରାଯାଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା । କମିଟି ସଦସ୍ୟମାନେ ଏନେଇ ବୈଠକରେ ଆଲୋଚନା କରିଥିଲେ । ଚଳିତ ଖରିଫ ଋତୁର ଧାନ କ୍ରୟରେ ମଧ୍ୟ ହେରଫେର କରାଯାଉଥିବା ନେଇ ବୈଠକରେ ଆଲୋଚନା ହେବା ସହ କୃଷକ ସଂଗଠନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ଫଳରେ ସଂଗଠନର ସଦସ୍ୟମାନେ ହାତିଆଶୀଳା ମଠଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଧାରଣା ଦେଇଥିଲେ । ଦୀର୍ଘସମୟ ଧାରଣା ଦିଆଯିବା ପରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟଙ୍କ ସହ ଏକ ପ୍ରତିନିଧି ଦଳ ଆଲୋଚନା କରିଥିଲେ । କାଳିଆ ଟଙ୍କା ପ୍ରଦାନ, ଧାନ କିଣାରେ ଅନିୟମିତା, ଦଲାଲ୍ ସକ୍ରିୟ ଆଦି ସଂମ୍ପର୍କରେ ଆଲୋଚନା ହେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!