Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଂସାରି ସମାଜ କଲ୍ୟାଣ ଗୃହ ଜବରଦଖଲ

by ସଞ୍ଜୟ ସ୍ୱାଇଁ
January 2, 2020
in Nayagarh
13
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : କଣ୍ଟିଲୋ କଂସାରୀ ସମାଜ କେନ୍ଦ୍ରାଞ୍ଚଳ ଶାଖାର କଣ୍ଟିଲୋ ବାପୁଜିନଗରଠାରେ ଥିବା ସଭାଗୃହ ପଛପଟ ରାସ୍ତା ଅବରୋଧ ହୋଇଥିବା ଅଭିଯୋଗ ହୋଇଛି । ସୂଚନାନୁସାରେ,୨୫ ବର୍ଷ ହେବ ନିର୍ମାଣ ହୋଇଥିବା କଂସାରୀ ସମାଜର ଏହି ଗହଟି ବିଭିନ୍ନ ସମୟରେ ବିଧାୟକ, ରାଜ୍ୟସଭା ସାଂସଦ, ଲୋକସଭା ସାଂସଦଙ୍କ ଅନୁଦାନ ରାଶି ଏବଂ କେନ୍ଦ୍ରାଞ୍ଚଳ ଶାଖା ସଂଗଠନର ଅନୁଦାନ ରାଶି ପାଇବା ସହ ଏହାର ବିକାଶ ହୋଇଛି । ଫଳରେ ଏହି ସଭାଗୃହକୁ ସ୍ଥାନୀୟ ସଂଗଠନ ସହ ବିଭିନ୍ନ ସମୟରେ ବିଧାୟକ ଓ ସାଂସଦମାନେ ମଧ୍ୟ ସଭା କାର୍ଯ୍ୟରେ ବ୍ୟବହାର କରିଥାନ୍ତି । ସ୍ଥାନୀୟ ଲୋକେ ମଧ୍ୟ ଏହାକୁ ସାମାଜିକ କାର୍ଯ୍ୟ ତଥା ବିବାହ, ନିର୍ବନ୍ଧ ତଥା ଶୁଦ୍ଧିକ୍ରିୟାରେ ବ୍ୟବହାର କରନ୍ତି । ମାତ୍ର ଏହାର ପଛପାଖ କଣ୍ଟିଲୋ ଗ୍ରାମର ଯୁଦ୍ଧିଷ୍ଟିର ସାହୁଙ୍କ ପୁତ୍ର ମାଧବଚନ୍ଦ୍ର ସାହୁ ଜବରଦଖଲ କରିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଗରିବ ଲୋକଙ୍କୁ ଟଙ୍କା ଲୋଭ ଦେଖାଇ ସଭାଗୃହର ପଛପଟେ ମାଟି, ଇଟା ଗଦାଇ ବାଡ଼ ପକାଇଥିବା ଅଭିଯୋଗ ହୋଇଛି । ଏନେଇ ପୂର୍ବରୁ ତଦସିଲଦାର ଏବଂ ପୁଲିସରେ ଅଭିଯୋଗ କରାଯାଇଥିବାରୁ ତଦସିଲାଦର କାମ ବନ୍ଦ କରିବା ପାଇଁ ତାଗିଦ କରିଥିଲେ । ହେଲେ ତାଗିଦ୍କୁ ଖାତିର ନକରି ସଂପୃକ୍ତ ବ୍ୟକ୍ତି ଅବରୋଧ କରିଥିବା ନେଇ ଉପଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ବୁଧବାର ଅଭିଯୋଗ ହୋଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!