ନୟାଗଡ଼,(ବାଘୁଆବାର୍ତ୍ତା): ଗତକାଲି ବିଳମ୍ବିତ ରାତିରେ ରଣପୁର ସହରରେ ଅବସ୍ଥିତ ଏକ ମନ୍ଦିରରୁ ୫ଟି ଅଷ୍ଟାଧାତୁ ମୂର୍ତ୍ତୀ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ନୟାଗଡ଼ ଜିଲ୍ଲା ରଣପୁର ସହରର ଶାମୁକା ସାହି ସ୍ଥିତ ରାଜ ପ୍ରତିଷ୍ଠିତ ସର୍ବପୁରାତନ ସ୍ବପ୍ନଶ୍ବର ଶୈବ ମନ୍ଦିରରେ କିଛି ଦୁବୁର୍ତ୍ତୀ ପଶି ୫ରୁ ଉର୍ଦ୍ଧ୍ବ ଅଷ୍ଟଧାତୁ ନିର୍ମିତ ମୂର୍ତ୍ତି ଚୋରୀ କରି ନେଇଥିବା ଜଣାଯାଇଛି । ସବୁଦିନ ଭଳି ଠାକୁରଙ୍କ ନୀତିକାନ୍ତି ପାଇଁ ପୂଜକ ସକାଳୁ ମନ୍ଦିର ଖୋଲିଲା ବେଳକୁ ଠାକୁରଙ୍କ ବିଗ୍ରହ ଦେଖିବାକୁ ପାଇ ନଥିଲେ । ଯାହାକୁ ନେଇ ପୂଜକ ଅନ୍ୟମାନଙ୍କୁ ଏହି ବିଷୟରେ ଅବଗତ କରାଇଥିଲେ । ମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଆସି ଦେଖିବା ବେଳକୁ ମନ୍ଦିରରୁ ୫ଟି ଅଷ୍ଟଧାତୁ ମୂର୍ତ୍ତୀ ଚୋରୀ ହୋଇଥିବା ଜଣାପଡ଼ିଥିଲେ । ଏନେଇ ସଦସ୍ୟମାନେ ରଣପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାର ଛାନଭିନ୍ ଚଳାଇଥିବା ସୂଚନା ମିଳିଛି ।






