Sunday, April 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ଆମଠାରୁ ପାଇବାର ସମୟ !

by ସଞ୍ଜୟ ସ୍ୱାଇଁ
February 25, 2020
in Feature, Literature
ନୟାଗଡ଼ ଆମଠାରୁ ପାଇବାର ସମୟ !
60
VIEWS
Share on FacebookShare on Twitter

ପଢ଼ନ୍ତୁ ଅନୀଲ କୁମାର ପଣ୍ଡା ସ୍ତମ୍ଭ

 

ନୟାଗଡ଼, ରଣପୁର, ଦଶପଲ୍ଲା, ଖଣ୍ଡପଡ଼ା ଚାରି ଗଡ଼ଜାତକୁ ନେଇ ଗଠିତ ନୟାଗଡ଼ ଜିଲ୍ଲା । ପୂର୍ବେ ଏହା ଅଖଣ୍ଡ ପୁରୀ ଜିଲ୍ଲାର ଅଂଶ ଥିଲା । ୨୬ ବର୍ଷ ପୂର୍ବେ ଜିଲ୍ଲାପାଇଁ ଆନ୍ଦୋଳନ ଏବଂ ଉଦ୍ୟମ କରିଥିବା ବ୍ୟକ୍ତିଙ୍କୁ ସାଧୁବାଦ । ସେମାନଙ୍କ ପାଇଁ ଆମ ସମୟର ପିଢ଼ିଙ୍କ ଏକ ନୂଆ ପରିଚୟ ସୃଷ୍ଟି ହୋଇଛି । ସ୍ୱାଧିନତାର ଅନେକ ବର୍ଷ ପରେ ତଥା ଜିଲ୍ଲା ଗଠନର ୨୬ ବର୍ଷ ପରେ ଆମ ନୟାଗଡ଼ ଆମକୁ ଦେଇଛି କେତେ, ଆଉ ପାଇଛି କେତେ ? ତାହା ଏକ ଚିନ୍ତାଶୀଳ ପ୍ରସଙ୍ଗ । ନୟାଗଡ଼ ମାଟିରେ ଜନ୍ମ ଗ୍ରହଣ କରିଥିବା ଆମ ମାନଙ୍କଠାରୁ, ଏ ମାଟି କ’ଣ କିଛି ଆଶା ରଖି ନାହିଁ । ମାଆ ପରା ଜନ୍ମ ଦେଇ ପୁଅ ମୁହଁରୁ ନିଆଁ ପାଇବ ବୋଲି ଆଶା ରଖେ । ତେବେ ଆମ ମାଟି ଆମଠାରୁ କିଛି ପାଇବାକୁ ହକଦାର୍ ବୋଲି କୁହାଯାଇପାରେ । ନୟାଗଡ଼ ଜିଲ୍ଲା ଗଠନ ହେବାର ପର ତଥା ପୂର୍ବର ଇତିହାସକୁ ନିରିଖେଇଲେ, କଣ୍ଟିଲୋର ନୀଳମାଧବ ପୀଠ, ଶରଣକୂଳର ଲଡ଼ୁବାବାଙ୍କ ପୀଠ, ମା’ ଦକ୍ଷିଣ କାଳୀ ପୀଠ, କୁଆଁରିଆ, ସାତକୋଶିଆ ରାଜ୍ୟ, ଦେଶ ଓ ବିଶ୍ୱ ସ୍ତରରେ ପରିଚିତ କରାଇଛି । ଦଶପଲ୍ଲାର ଲଙ୍କାପୋଡ଼ି ଯାତ୍ରା ଭଳି ଅନେକ ଯାନିଯାତ୍ରା ଓ ଲୋକସଂଗୀତ, ଲୋକକଳା ପାଇଁ ଆମେ ସ୍ୱତନ୍ତ୍ର । ସେହିଭଳି ପଠାଣି ସାମନ୍ତ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ଉତ୍କଳ ଘଣ୍ଟ ଯଦୁମଣୀ ମହାପାତ୍ର, ପଣ୍ଡିତ ବିନାୟକ ମିଶ୍ର, ଗୋବିନ୍ଦ ଚନ୍ଦ୍ର ଶୂରଦେଓଙ୍କ ଭଳି ଅନେକ ସ୍ରଷ୍ଟାଙ୍କ ପାଇଁ ନୟାଗଡ଼ ପରିଚିତ ଲାଭ କରିଛି । ନୟାଗଡ଼ର ଛେନାପୋଡ଼, ଆଖୁଚାଷ, କଣ୍ଟିଲୋର କଂସାବାସନ, ଖଳିସାହିର ପିତଳ କାରିଗରି, ଇକିରି ମୁଗ ଓ ସାକେରୀ ଚାଉଳ ଭଳି ଅନେକ କ୍ଷେତ୍ରରେ ଆମେ ନୟାଗଡ଼ିଆ ବୋଲି ପରିଚିତ ହେଉଛେ । ନୟାଗଡ଼କୁ ନେଇ ରହିଛି ଢଗ, ‘ବାରଗାଁ ତେରଗାଡ଼ିଆ, କହି ପାରିବୁ ଯଦି ନୟାଗଡ଼ିଆ’ । ଏତେ ସବୁ ପରିଚିତି, ଅମାପ ପାହାଡ଼, ଘଂଚ ଜଙ୍ଗଲ, ନଦୀନାଳ, ଝରଣା ଏବଂ ଏକ ସୁସ୍ଥ ପରିବେଶ ଥାଇ ମଧ୍ୟ ଆମର ଜିଲ୍ଲା ବିକାଶଶୀଳ ହୋଇପାରି ନାହିଁ । ବିକାଶମୂଖୀ ଜିଲ୍ଲା ଭାବେ ଏହା ପରିଗଣିତ ହେଉଛି । ନୟାଗଡ଼ର ମଥାଚୁମି ବହି ଯାଇଛି ମହାନଦୀ । ପ୍ରଚୁର ଚାଷ ଉପଯୋଗୀ ଜମି ରହିଛି ଆମ ଜିଲ୍ଲାରେ । ଏକ ଶାନ୍ତ ଓ ସହନଶୀଳ ସମାଜକୁ ନେଇ ଆମେ ଜୀବନ ଅତିବାହିତ କରୁଛେ । ଭିଡ଼ ଭିତରୁ ବି ବାରି ହୋଇ ପଡ଼ୁଛି ଆମ ନୟାଗଡ଼ । ଶୁଦ୍ଧ ଓଡ଼ିଆ ଭାଷା ଆମ ଜିଲ୍ଲାରେ ପ୍ରଚଳିତ । ଆମ ଭାଷା ଯାହା, ଆମ ସାହିତ୍ୟ ବି ତାହା । ତଥାପି ଆମ ଭିତରେ ଗୁମ ମାରିଛି ଏକ ଅସନ୍ତୋଷ । ଜିଲ୍ଲା ଗଠନକୁ ଆମେ ଯଦି ଜନ୍ମ ଭାବରେ ଧରି ନେବା ତେବେ ନୟାଗଡ଼ ଏବେ ଯୁବକ ଅବସ୍ଥାରେ । ଏଇ ୨୬ ବର୍ଷ ଭିତରେ ଏବଂ ପୂର୍ବରୁ ମଧ୍ୟ ଆମ ଜିଲ୍ଲା ଆମକୁ ବହୁତ କିଛି ଦେଇଛି । ଏବେ ଆମଠାରୁ ‘ନୟାଗଡ଼’ ପାଇବାର ସମୟ । ଆମେ ଆମ ମାଆକୁ ପୋଷିବାର ସମୟ । ଜିଲ୍ଲାରେ ଉଜୁଡ଼ି ପଡ଼ିଛି ଆଖୁଚାଷ, ଏକ ତୃତୀୟାଂଶ ଜମି ପଡ଼ିଆ ପଡ଼ିଛି । ୯୦ ପ୍ରତିଶତ ଜମି ଚାରିମାସ ଖାଲି ପଡ଼ୁଛି । ଜିଲ୍ଲାର ଯୁବ ପିଢ଼ିଙ୍କ ଠିକଣା ସାଜୁଛି ସୁରାଟ, ତାମିଲନାଡ଼ୁ, ପୁନେ, କେରଳ ଅଥବା ଭୂବନେଶ୍ୱର ଅଟୋ ଷ୍ଟାଣ୍ଡ । ଜିଲ୍ଲାର ଏକ ମାତ୍ର ଶିଳ୍ପ ଏବେ ସରୀଶୃପ ଏବଂ ବନ୍ୟଜନ୍ତୁଙ୍କ ଆଶ୍ରୟସ୍ଥଳୀ ପାଲଟିଛି । ଜିଲ୍ଲାରୁ ଗୋ ସଂପଦ ଅହେତୁକ ଭାବେ ହ୍ରାସ ଘଟିଛି । ଯାହାର କୁପ୍ରଭାବ ଆଗାମୀ କିଛି ବର୍ଷ ମଧ୍ୟରେ ଆମ କ୍ଷେତ ଉପରେ ପଡ଼ିବାର ସମ୍ଭାବନା ସୃଷ୍ଟି ହୋଇଛି । ଏସବୁ ସତ୍ୱେ ଜିଲ୍ଲା ଗଠନର ପୂର୍ବାବସ୍ଥା ଓ ପରବସ୍ଥାକୁ ଲକ୍ଷ୍ୟ କଲେ,ନୟାଗଡ଼ ଜିଲ୍ଲାର ଗାଁ ଗଣ୍ଡାକୁ ଗମନାଗମନର ସୁବିଧା ହୋଇଛି । ନୟାଗଡ଼ ଦେଇ ଜାତୀୟ ରାଜପଥ ଯାଇଥିବା ବେଳେ, ରେଳପଥ ଛୁଇଁଛି । ଜଳସେଚନର ବ୍ୟବସ୍ଥା ନେଇ ଅନେକ ଯୋଜନା ହୋଇଛି । ଜିଲ୍ଲାରେ ଶତାଧିକ ଚେକଡ୍ୟାମ ନିର୍ମାଣ ହୋଇଛି । କୁସୁମୀ ଜଳସେଚନ ପ୍ରକଳ୍ପର କାର୍ଯ୍ୟାରମ୍ଭ ହୋଇଛି । ଜିଲ୍ଲା ମୁଖ୍ୟାଳୟରେ ସମସ୍ତ ବିଭାଗର କାର୍ଯ୍ୟାଳୟ ସ୍ୱୟଂ ସମ୍ପୃର୍ଣ୍ଣ ହୋଇଛି । ପର୍ଯ୍ୟଟନ ସ୍ଥଳୀର ବିକାଶ ହୋଇଛି । ନୟାଗଡ଼ ଶିକ୍ଷାର ପ୍ରାଣକେନ୍ଦ୍ର ପାଲଟିଛି । ଆଖପାଖ ପାଂଚଟି ଜିଲ୍ଲାର ଛାତ୍ରଛାତ୍ରୀ ଆମ ଜିଲ୍ଲାରେ ଆସି ପାଠ ପଢ଼ୁଛନ୍ତି । ତଥାପି ନୟାଗଡ଼ଠାରୁ ଆମେ ପାଇଥିବା ଋଣ ପରିଶୋଧ କରିବାର ଆବଶ୍ୟକତା ରହିଛି । ନୟାଗଡ଼ର ପ୍ରଶାସନ, ନେତା କିମ୍ବା କୈାଣସି ଦଳକୁ ଦୋଷ ନଦେଇ ଆମେ ଆମ ନିଜକୁ ପରିବର୍ତ୍ତନ କରି ଏକ ସୁନ୍ଦର ନୟାଗଡ଼ ପାଇଁ ସଂକଳ୍ପ ନିଆଯାଉ । ଜିଲ୍ଲାରେ କିଭଳି ଶିଳ୍ପ, ସ୍ୱାସ୍ଥ୍ୟର ବିକାଶ ହେବ ସେ କଥା ଚିନ୍ତା କରାଯାଉ । ମହାନଦୀ ଜଳକୁ ଚାଷ ଜମିରେ ବ୍ୟବହାର କରିବା ପାଇଁ ଏକ ନୂଆ ସ୍ୱପ୍ନ ଦେଖାଯାଉ । ବାହାର ରାଜ୍ୟକୁ ଯାଇ ଶ୍ରମିକ ହେବା ଅପେକ୍ଷା ନିଜ ଜମିରେ ନିଜେ ମାଲିକ ହେବାର ବିଶ୍ୱାସ ଭରୁ । ଆମ ଜଙ୍ଗଲ, ପାହାଡ଼, ଝରଣା, ନଦୀକୁ ଆମ ସମ୍ବଳ ଭାବି ନୟାଗଡ଼ର ଋଣ ପରିଶୋଧ କରାଯାଉ । ଆମ ପୂର୍ବପୂରୁଷଙ୍କ ମାର୍ଗ ଅନୁସରଣ କରାଯାଇ ଗୋସଂପଦ ପାଳନ କରାଯାଉ । ପାଠ ପଢ଼ି ଚାକିରି ଆଶା ନରଖି ଆମ ବାପା ଜେଜେଙ୍କ ଭଳି ଆତ୍ମ ନିର୍ଭରଶୀଳ ହେବାକୁ ଚେଷ୍ଟା କରାଯାଉ । ଜିଲ୍ଲାର ଅମୁଲ୍ୟ ତଥା ପ୍ରାକୃତ୍ତି ଦତ୍ତ ସଂପଦ ବାଉଁଶକୁ ନେଇ କିଭଳି ବ୍ୟବସାୟ କରାଯିବ ସେ ଚେଷ୍ଟା କରାଯାଉ । ପଥରରୁ କିଭଳି ଲାଭବାନ ହେବା ସେ ନେଇ ଗବେଷଣା କରାଯାଉ । ଘରୋଇ ଶିଳ୍ପର ବିକାଶ କରାଯାଉ । କୂଳବେଉଶାକୁ ଦୃଷ୍ଟି ଦିଆଯାଉ । ଏହି ନବବର୍ଷ ଆମ ପାଇଁ ହେଉ ସ୍ୱପ୍ନ ଓ ସଂକଳ୍ପର ବର୍ଷ ।

କ୍ରିଦାଶପୁର, ନୟାଗଡ଼

୭୩୭୭୭୧୦୦୯୭

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026
୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି:ପରବର୍ତ୍ତୀ ସମୟରେ ବଢ଼ିପାରେ !

୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି:ପରବର୍ତ୍ତୀ ସମୟରେ ବଢ଼ିପାରେ !

April 19, 2026
ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

April 18, 2026
ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

April 18, 2026
ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

April 18, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!