Friday, June 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜଣେ ଖେଳାଳିଙ୍କୁ ଯୌନ ନିର୍ୟାତନା ମାମଲା, ୩ ସିନିୟର ଆଥ୍‌ଲେଟ୍‌ଙ୍କୁ ଗିରଫ

by ସଞ୍ଜୟ ସ୍ୱାଇଁ
April 11, 2022
in Crime, Sports, State
ଜଣେ ଖେଳାଳିଙ୍କୁ ଯୌନ ନିର୍ୟାତନା ମାମଲା, ୩ ସିନିୟର ଆଥ୍‌ଲେଟ୍‌ଙ୍କୁ ଗିରଫ
28
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜଧାନୀ ଭୁବନେଶ୍ୱରରେ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଷ୍ଟେଟ୍ ଆଥଲେଟିକ୍ ମିଟ୍ ଅବସରରେ ଜଣେ ଖେଳାଳିଙ୍କୁ ଯୌନ ନିର୍ୟାତନା ଦିଆଯିବା ଅଭିଯୋଗ ୩ ଜଣଙ୍କୁ ଗିରଫ କରିଛି ଇନ୍‌ଫୋସିଟି ଥାନା ପୁଲିସ୍। ଗିରଫ ୩ ସିନିୟର ଆଥ୍‌ଲେଟ୍‌ଙ୍କ ମଧ୍ୟରୁ ୨ ଜଣ- ସୂରଜ ଠାକୁର ଓ ଜଗନ୍ନାଥ ଦାସ ରାଉରକେଲା ଟିମ୍‌ରୁ ଭାଗ ନେଇଥିଲେ। ସେହିପରି ଅନ୍ୟ ଜଣେ ଅଭିଯୁକ୍ତ ଆଶିଷ ପାତ୍ର ପୋଷ୍ଟାଲ୍ ଟିମ୍ ପକ୍ଷରୁ ଭାଗ ନେଇଥିଲେ। ଏହି ଘଟଣାଟି ଗତକାଲିର। ପୀଡ଼ିତ ନାବାଳକ ଆଥ୍‌ଲେଟ୍‌ଙ୍କ ଅଭିଯୋଗ ଅନୁଯାୟୀ, ସେ ଲଙ୍ଗ୍ ଜମ୍ପରେ ଭଲ ପ୍ରଦର୍ଶନ ନ କରିବାରୁ ଏହି ସିନିୟର ଆଥ୍‌ଲେଟ୍‌ମାନେ ତାଙ୍କୁ ଡାକି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ତା’ସହିତ ଆଣ୍ଠେଇ ଦେଇଥିଲେ। କିନ୍ତୁ ଏତିକିରେ ସରି ନଥିଲା ସେମାନଙ୍କ ନିର୍ୟାତନା। ଅଭିଯୁକ୍ତମାନେ ତାଙ୍କୁ ଉଲଗ୍ନ କରି ପାଖ ରୁମ୍‌ରେ ତାଙ୍କ (ପୀଡ଼ିତଙ୍କ) ସାଥୀମାନଙ୍କୁ ଡାକି ଦେଖାଇଥିଲେ। ଏମିତିକି ସେମାନେ ନାବାଳକ ଆଥ୍‌ଲେଟ୍ ଜଣଙ୍କ ଉଲଗ୍ନ ଅବସ୍ଥାରେ ଥିବା ବେଳେ ଭିଡିଓ କଲ୍ କରି ସେମାନଙ୍କ ବନ୍ଧୁମାନଙ୍କୁ ନିର୍ୟାତନାର ଦୃଶ୍ୟ ଦେଖାଇଥିଲେ। ଏହି ଘଟଣା ପରେ ପୀଡ଼ିତଙ୍କ ପକ୍ଷରୁ ଗତକାଲି ଇନ୍‌ଫୋସିଟି ଥାନାରେ ଅଭିଯୋଗ କରାଯାଇଥିଲା। ପୁଲିସ୍ ୪ ଜଣ ସିନିୟର ଆଥ୍‌ଲେଟ୍‌ଙ୍କୁ ଡାକି ପଚରାଉଚରା କରି ଛାଡ଼ି ଦେଇଥିଲା। ପୀଡ଼ିତଙ୍କ ମା’ଙ୍କ କହିବା ଅନୁଯାୟୀ ପୁଲିସ୍ ତାଙ୍କୁ ଏଫ୍‌ଆଇଆର୍ କପି ଦେଇ ନଥିଲା। ପୁଲିସ୍ କାର୍ୟ୍ୟାନୁଷ୍ଠାନ ନେଉ ନଥିବା ଦେଖି ଆଜି ସେମାନେ ଡିସିପିଙ୍କ ଦ୍ୱାରସ୍ଥ ହୋଇଥିଲେ। ସେମାନେ ଡିସିପିଙ୍କୁ ସାକ୍ଷାତ କରିବା ପରେ ଇନ୍‌ଫୋସିଟି ପୁଲିସ୍ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଡିସିପି କହିଛନ୍ତି, ଇନ୍‌ଫୋସିଟି ଥାନା ଅଧିକାରୀ ଘଟଣାର ତଦନ୍ତ କରୁଥିବା ବେଳେ ଜଣେ ଏସିପି ଏହାର ତଦାରଖ କରୁଛନ୍ତି।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!