Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମଧ୍ୟାହ୍ନଭୋଜନ ପାଚିକା-ସହାୟିକା ସଂଘର ଆନ୍ଦୋଳନ ନିଷ୍ପତ୍ତି

by ସଞ୍ଜୟ ସ୍ୱାଇଁ
December 31, 2019
in State
ମଧ୍ୟାହ୍ନଭୋଜନ ପାଚିକା-ସହାୟିକା ସଂଘର ଆନ୍ଦୋଳନ ନିଷ୍ପତ୍ତି
27
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): ସିଟୁ ସହବନ୍ଧିତ ମଧ୍ୟାହ୍ନଭୋଜନ ପାଚିକା-ସହାୟିକା ୟୁନିୟନ୍ର ନୟାଗଡ଼ ବ୍ଲକ୍ସ୍ତରୀୟ ସାଧାରଣ ସଭାରେ ଆସନ୍ତା ଜାନୁଆରୀ ଆଠତାରିଖ ସର୍ବଭାରତୀୟ ସାଧାରଣ ଧର୍ମଘଟକୁ ସକ୍ରିୟଭାବେ ସଫଳ କରିବା ପାଇଁ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରାଯାଇଛି । ୩୧ତାରିଖ ଦିନ ପ୍ରତାପପ୍ରସାଦ ଭୈରବୀପୀଠରେ ବ୍ଲକ୍ର ସଭାପତି ଏସ୍.ଏ. କରିମ୍ଙ୍କ ଅଧ୍ୟକ୍ଷତାରେ ବ୍ଲକ୍ର ସମସ୍ତ ପଞ୍ଚାୟତରୁ ଯୋଗ ଦେଇଥିବା ଶତାଧିକ ପାଚିକା-ସହାୟିକାଙ୍କ ଉପସ୍ଥିତିରେ ସେମାନଙ୍କର ଭତ୍ତା, କାର୍ଯ୍ୟକ୍ଷେତ୍ରରେ ନିରାପତ୍ତାହୀନତା, ପ୍ରୋତ୍ସାହନରେ ଶୂନ୍ୟତା, ଅବସରକାଳୀନ ଦୁର୍ଦ୍ଦଶା, ନିଯୁକ୍ତି କ୍ଷେତ୍ରରେ ଦୋଦୁଲ୍ୟମାନତା, ଘରୋଇକରଣର ଅବାଧ ପ୍ରବେଶ ଉପରେ ଆଲୋଚନା କରାଯାଇଥିଲା । ମାସିକ ୧୪୦୦ ଟଙ୍କା ଦେଇ ବକେୟା ୬୦୦ ଟଙ୍କା ପିଛିଲା ତାରିଖରୁ ଦେବା କଥା କହି କେନ୍ଦ୍ର ଓ ରାଜ୍ୟ ସରକାର ଉଭୟେ ପ୍ରତାରଣା କରିଥିବାରୁ ଏବଂ ସର୍ବନିମ୍ନ ମଜୁରୀ ଆଇନ୍ରୁ ବଞ୍ଚିତ କରିଥିବାରୁ ତୁରନ୍ତ ବର୍ଦ୍ଧିତ ଭତ୍ତା ଦେବା ଦାବିରେ ଆନ୍ଦୋଳନରେ ସାମିଲ୍ ହେବାପାଇଁ ଘୋଷଣା କରାଯାଇଥିଲା । ଏହି ସଭାରେ ସଂଘର ଜିଲ୍ଲା ସମ୍ପାଦିକା ଜୟନ୍ତୀ ଦାଶ, କାର୍ଯ୍ୟକାରୀ କମିଟି ସଭ୍ୟା ପ୍ରଭାତୀ ଦେବୀ, କୁମାରୀ ଦେଇ, ଦୁହିତା ପ୍ରଧାନଙ୍କ ସମେତ ସିଟିରୁ ନେତୃତ୍ୱ ବିଶ୍ୱନାଥ ମହାପାତ୍ର, ଶଣତଚନ୍ଦ୍ର ବେହେରା ଓ ଅଧିକାରୀ ବେହେରା ପ୍ରମୁଖ ଆଲୋଚନା ରଖିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!