Wednesday, June 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦେବୀଦ୍ରୋହ

by ସଞ୍ଜୟ ସ୍ୱାଇଁ
December 30, 2019
in Feature, Feature News
ଦେବୀଦ୍ରୋହ
40
VIEWS
Share on FacebookShare on Twitter
ପଢ଼ନ୍ତୁ ଆଶିଷ କୁମାର ମିଶ୍ରଙ୍କ କବିତା
ଏବେ କେଉଁ ବନ୍ଧନରୁ ମୁକ୍ତି ପାଇଁ
ଧାଉଁଅଛୁ ଦେବୀ ?
ମାଟିମଞ୍ଚ ଛାଡି
ପାତାଳ-ବିତଳ-ରସାତଳ !
ତୁ ଯେତେଥର ଶୂନ୍ୟରେ ପାଦ ଉଠଉଛୁ
ପ୍ରତି ପାଦଚିହ୍ନ ଉପରେ
ଗଢି ଉଠୁଛି ଗୋଟିଏ ଗୋଟିଏ ମନ୍ଦିର !
ଚୂଡାରେ ଉଡୁଛି ନେତ ଫର୍ଫର ।
ତୋତେ ପ୍ରେମ କରି ଜଣେ କଣ ଅପରାଧୀ ?
ସିଏ ତୋ ବେଢାର ଅନ୍ଧାରକୁ ଘଉଡେଇବାକୁ
ଜାଳିଚି ଲୁହର ଦୀପ ରାତି ରାତି ।
ତୁ ବି ତ ମନପ୍ରାଣ ଦେଇ
ଆରାଧନା କରିଥିଲୁ, ତା’କୁ
ବରିବାକୁ ପ୍ରେମିକ ରୂପରେ ।
ତୁ ତ ଛାତିରୁ କାଢିଦେଇଥିଲୁ ବସନ
ପରଖିବାକୁ ତା’ର ଅକ୍ଷୟ ପୁରୁଷତ୍ବ,
ତୋ ନିଶ୍ବାସକୁ ବୁନ୍ଦା ବୁନ୍ଦା ଝାଳ କରିକରି।
ତୋ ଶାଢୀର ଖିଏ ସୂତା
କେମିତି ଶୋଷିପାରେ ତା’ର ଆୟୂଷ ?
ଦେଖ୍ ପଛକୁ ଫେରି ଦେଖ୍ ଦେବୀ
ତୋ ପିନ୍ଧା କାନୀରୁ
କେମିତି ଥପ୍ ଥପ୍ ଥିପିପଡୁଛି ବୁନ୍ଦା ବୁ୍ନ୍ଦା ରକ୍ତ !
କାଲି କିଏ ଦେଖିଛି ଦେବୀ,
ତୋ ନାଡି ଚିପି ଅଟକେଇଲା ପରେ ରକ୍ତର ସୁଅ
କହିପାରିବୁକି
ତୋର ଆୟୂଷର ଘଡା କେବେ ପୂରିବ?
ଗଛଡାଳେ ଝୁଲୁଥିବା ଯାଏ
ଫଳ ପକ୍ଷୀର,
ବୃନ୍ତଚ୍ୟୁତ ଫଳକୁ ସାଉଁଟି
ଦେଇପାରିବୁ
ଡାଳରେ ବସିଥିବା ପକ୍ଷୀ ମୁଖେ ଆହାର ?
ଏତେ ଦର୍ପ ଯଦି ତୋର
ସମ୍ପର୍କର ମୁଖଶାଳା ଭିତରେ ଥାଇ
ଗଢି ଦେଖା
ପ୍ରେମର ନିର୍ଭେଦ ପ୍ରାଚୀର।
ସମୟକୁ ଜାବୁଡି ଧରିବାର ଧୃଷ୍ଟତା କରି
ସେଇ ଅବାଧ୍ୟ ପ୍ରେମିକକୁ
ଆଲୋକର କାଚଘର କଥା କହନା ଦେବୀ,
ତୁ ଯେଉଁ ଲଗ୍ନରେ
ହୁତ୍ ହୁତ୍ ହୋଇ ଜଳୁଛୁ
ସେଇ ମୁହୁର୍ତ୍ତ  ଶ୍ରେଷ୍ଠ ତୋ ପାଇଁ
କିନ୍ତୁ ତା’ ପାଇଁ ଅନ୍ଧାରରେ  ବାଟବଣା
ତୋ ଚୁଡିର ଝଙ୍କାରର ବେଳ ।
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!