Wednesday, June 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ର ମା’ ଦକ୍ଷିଣକାଳୀ ପୀଠ

by ସଞ୍ଜୟ ସ୍ୱାଇଁ
December 29, 2019
in Feature, Feature News
ନୟାଗଡ଼ର ମା’ ଦକ୍ଷିଣକାଳୀ ପୀଠ
69
VIEWS
Share on FacebookShare on Twitter

ନୟାଗଡ଼ ସଦରମହକୁମାରେ ଅବସ୍ଥିତ ମା’ ଦକ୍ଷିଣକାଳୀ ପୀଠ ଶକ୍ତି ପୀଠ ମଧ୍ୟରେ ଅନ୍ୟତମ । ଜନଶ୍ରୃତିରୁ ଜଣାଯାଏ ଖଣ୍ଡପଡା ନିକଟରେ ନନ୍ଦନ ବନ ନାମକ ଏକ ଅଗ୍ନାଗ୍ନି ଅରଣ୍ୟ ରହିଅଛି । କୈାଣସି ସମୟରେ ସେଥିମଧ୍ୟରେ ସୂର୍ଯ୍ୟାଲୋକ ପ୍ରବେଶ କରିପାରେ ନାହିଁ । ବ୍ୟାଘ୍ର, ଭଲ୍ଲୁକ, ଶ୍ୱାପଦ ଶଙ୍କୁଳ ସର୍ବଦା ନିର୍ଭିକ ଭାବରେ ବିଚରଣ କରୁଥାନ୍ତି । ଉକ୍ତ ଅରଣ୍ୟ ମଧ୍ୟଦେଇ ବହୁତ ଗ୍ରାମକୁ ଯିବାର ପଥ ନିକଟସ୍ଥ ଭାବି ବହୁ ବ୍ୟକ୍ତି ଉକ୍ତ ପଥରେ ସର୍ବଦା ଅତିକ୍ରମ କରିବାରେ କୁଣ୍ଠାବୋଧ କରନ୍ତି ନାହିଁ । ଭୟ କ୍ରାନ୍ତିର ଆଶଙ୍କ ଥିଲେ ମଧ୍ୟ , କୈାଣସି ବ୍ୟକ୍ତି କେବେ ହେଲେ ଉକ୍ତ ଅରଣ୍ୟ ମଧ୍ୟରେ ପ୍ରବେଶ କରିବାକୁ ଭୟ କରନ୍ତି ନାହିଁ । କାରଣ ଉକ୍ତ ଅରଣ୍ୟ ପଥ ସଦା ସର୍ବଦା ସର୍ବସାଧାରଣଙ୍କ ଜଣାଶୁଣା ପଥ ଭାବେ ଅଭ୍ୟାସ ଗତ ହୋଇଯାଇଥାଏ । ଉକ୍ତ ଜନଶୁନ୍ୟ ଅରଣ୍ୟ ମଧ୍ୟରେ ଉମା ଦେଇ ପୀଠ ନାମକ ଏକ ପୁରାତନ ଦେବୀର ଆସ୍ଥାନ ଲକ୍ଷିତ ହୋଇଥାଏ । ଉକ୍ତ ପୀଠର ସେପରି କୈାଣସି ମହାତ୍ମା କେବେ କେହି ଅନୁଭବ କରି ନଥିଲେ । ସର୍ବଦା ଅପୂଜା ଅମୂହା ଭାବରେ ସେହି ପୀଠଟି ପଡିରହିଥାଏ । ସେଥିରେ କୈାଣସି ଦେବାଦେବୀ ଥିବା କଥା ପ୍ରତକ୍ଷ୍ୟରେ କିମ୍ବା ପରାକ୍ଷରେ କେହି କେବେ ଅନୂଭବରେ ଆଣି ନଥିଲେ । ଇତି ମଧ୍ୟରେ ଗୈାରହରି ବିଧାର ନାମକ ଜୈନିକ ବ୍ୟକ୍ତି ନୟାଗଡ , ପୁରୁଣା ସହରରେ ବାସ କରୁଥିଲେ । ବିଧାରଙ୍କ କୈାଣସି ଶିକ୍ଷାଗତ ଯୋଗ୍ୟତା ନଥିଲା । ସେ କୃଷି ଦ୍ୱରା ଜୀବିକା ନିର୍ବାହ କରିବା ସହ ତନ୍ତ୍ର ସାଧନା କରୁଥିବା ଜନଶ୍ରୁତିରୁ ଜଣାଯାଏ । ଏକଦା ଜୈନିକ ବନ୍ଧୁଙ୍କ ଅନୁରୋଧ କ୍ରମେ ବିଧାର ବନ୍ଧୁଙ୍କ ଗ୍ରାମ ଅଭିମୂଖେ ଯାତ୍ରା ଅନୂକୁଳ କଲେ । ସେହି ସମୟରେ କୈାଣସି ଗାଡି ମଟର ପ୍ରଚଳନ ନଥିଲା । ବିଧାର ପାଦରେ ଚାଲି ଚାଲି ଖଣ୍ଡପଡା ଗଡ ମଧ୍ୟରେ ପ୍ରବେଶ କରି ,ସାମାନ୍ୟ ବିଶ୍ରାମ କରି ପୁଣି ଚାଲି ଚାଲି ନନ୍ଦନ ବନରେ ପ୍ରବେଶ କଲେ । ଏହି ବିରାଟ ନନ୍ଦନ ବନ ଅତିକ୍ରମ କଲା ପରେ କୋଠପଲ୍ଲି ଗ୍ରାମରେ ପହଞ୍ଚିବାକୁ ହେବ । ପଥ ଅତିକ୍ରମ କରିବା ବେଳେ ଅଚାନକ ଭାବେ ବିଜୁଳି, ଘଡଘଡି ସହ ବର୍ଷା ଆରମ୍ଭ ହୋଇଗଲା ବିଧାର ଅଗତ୍ୟା ସେହି ବର୍ଷାରେ ତିନ୍ତି ଚାଲୁଥାଆନ୍ତି । ସେହି ଅରଣ୍ୟ ମଧ୍ୟରେ ଯିବା ବେଳେ ଏକ ଜୀର୍ଣ୍ଣ କୁଟୀରର ଦୃଶ୍ୟ ତାଙ୍କର ଦୃଷ୍ଟିଗୋଚର ହେଲା । ସେ କୈାଣସି ଭଲମନ୍ଦ ବିଚାର ନକରି ହଠାତ୍ ସେହି କିଟୀର ମଧ୍ୟକୁ ପ୍ରବେଶ କଲେ ଏବଂ ନିଜର ଆଦ୍ର ବସ୍ତ୍ରର ଜଳ ନଷ୍କାସନ କରି ଚଉପାଢିର ଗୋଟିଏ କୋଣରେ ବସି ରହିଲେ । ଅବିରାମ ଦୃଷ୍ଟିରେ ବିରାମ ନାହିଁ । ସମସ୍ତ ବନ ଭୁମି ଅନ୍ଧକାର ଚିହ୍ନ । ତନ୍ମଧ୍ୟରେ ଏକ ମାତ୍ର ବ୍ୟକ୍ତି ବିଧାର ନିଦ୍ରାଭିଭୂତ ହୋଇ ସେହି ଚଉପାଢିର ଗୋଟିଏ କଣୋରେ ଗାଢ ନିଦ୍ରାରେ ଶୋଇ ରହିଲେ । ବିଧାରଙ୍କ ଶୟନାବସ୍ଥାରେ , ଏକ ଦେବୀ ଆର୍ବିଭାବ ହେଲେ । ସେହି ଦେବୀଙ୍କ ନାମ ଉମାଦେବୀ । ବହୁ କାଳରୁ ଏଙ୍ଖରେ ଅପୂଜା ଅମୂହାଭାବରେ ପଡିରହିଛନ୍ତି । ତାଙ୍କୁ ଏଠାରୁ ଉଦ୍ଧାର କରି ଅନ୍ୟତ୍ର ନେଇ ବିଧିମତେ ପୂଜା କରିବାକୁ ଦେବୀ ବିଧାରଙ୍କୁ ଆଦେଶ ଦେଲେ ।

ବିଧାରେ ସଙ୍ଗେ ସଙ୍ଗେ ନିଦ୍ରାରୁ ଜାଗ୍ରତ ହୋଇ ଚଉପାଢି ମଧ୍ୟରେ ଥିବା କ୍ଷୁଦ୍ର କୋଠରିକୁ ନିକ୍ଷେପ କରି ଏକ କ୍ଷିଣ ଆଲୋକର ତେଜ ଦେଖି ପାରିଲେ । ତତ୍କ୍ଷଣାତ ଉକ୍ତ କୋଠରି ମଧ୍ୟରେ ପ୍ରବେଶ କରି, ଦୁଇ ହସ୍ତ ପ୍ରସାରୀ ମୃତ୍ତିକା ଉଉପରେ ଥିବା ସମସ୍ତ ସାମଗ୍ରୀ ଉଙ୍ଖାଇ ନେଲେ ଏବଂ କିଞ୍ଚିତ କାଳ ବିଳମ୍ବ ନକରି ସେହି ଅନ୍ଧକାର ମଧ୍ୟରେ ଗୃହାଭିମୂଖେ ଯାତ୍ରା କଲେ । ବିଧାରେ ଗୃହ ନିକଟରେ ପହଞ୍ଚି ଉମାଦେଇ ପୀଠରୁ ଆଣିଥିବା ସାମଗ୍ରିକୁ ଗୃହର ପଶ୍ଚାତ ଦିଗରେ ଏକ ପ୍ରସ୍ତର ଗମ୍ଭିରା ମଧ୍ୟରେ ରଖି ପ୍ରତେହ୍ୟ ସକାଳେ ସଞ୍ଜେ ବିଧି ମୂତାବକ ପୂଜା କରିବାକୁ ଲାଗିଲେ । କିନ୍ତୁ ଦେବୀ ବିଧାରଙ୍କ ଗୃହରେ ନରହି ଅନ୍ୟତ୍ର ରହିବାକୁ ଇଚ୍ଛା ପ୍ରକାଶ କରି ବିଧାରଙ୍କୁ ସ୍ୱପ୍ନାଦେଶ ଦେବାରୁ ବିଧାର ଏକ ନିକାଞ୍ଚନ ସ୍ଥାନ ନିରୁପଣ କରି ଦେବୀଙ୍କୁ ସେଠାକୁ ସ୍ଥାନାନ୍ତର କଲେ । ପରେ ପରେ ଏହି ସ୍ଥାନରେ ମାଙ୍କ ପୂଜାର୍ଚ୍ଚନାରେ ବହୁ ବିଶୃଙ୍ଖଳା ଘଙ୍କିବାରୁ ,ବିଧାରେ ପୁଣି ନେଇ ବର୍ତ୍ତମାନ ଯେଉଁଠାରେ ମନ୍ଦିର ପ୍ରତିଷ୍ଠିତ ,ସେହି ସ୍ଥାନରେ ଏକ ପ୍ରସ୍ତର ଉପରେ ସ୍ଥାପନ କଲେ । କେତେଦିନ ପରେ ଅବୈତନିକ ଜଣେ ନୈଷ୍ଟିକ ବ୍ରାହ୍ମଣଙ୍କ ରାୟଗୁରୁଙ୍କ ତଚ୍ଛ୍ୱାବଧନରେ ମାଅଙ୍କର ସେବା ପୂଜା ଭାର ନ୍ୟସ୍ତ କରାଗଲା । ପରେ ପରେ ବହୁ ବାଧାବିଘ୍ନ ସତ୍ତେ୍ୱ ଅବଦୁଲ ସତାର ଖାଁ, ପଞ୍ଚନନ ମୁରୁଜି ନାମକ ବ୍ୟକ୍ତିଙ୍କ ଦ୍ୱାରା ଏଠାରେ ମାଆଙ୍କର ଏଠାରେ କ୍ଷୁଦ୍ର ମନ୍ଦିର ପ୍ରତିଷ୍ଠିତ ହେବା କଥା ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ଶୂରଦେଓଙ୍କ ଦ୍ୱାରା ଲିଖିତ ପୁସ୍ତକ ଜଗତ୍ଜ୍ଜନନୀ ମା ଦକ୍ଷିଣକାଳୀରୁ ଜଣାଯାଏ । ଏତତ୍ ବ୍ୟତିତ ବହୁ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ଏବଂ ମାଆଙ୍କ ଆଶିଷରୁ ଏଠାରେ ମାଆଙ୍କର ସଂପୁର୍ଣ୍ଣ ମନ୍ଦିର ପ୍ରତିଷ୍ଠା ହେବା ସହ ମାଆଙ୍କ ମନ୍ଦିର ନିକଟରେ ଗଣେଶ ମନ୍ଦିର , ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ହୋଇ ପାରିଛି । ଏଠାରେ ଦେବୀଙ୍କର ଅପାର ମହିମାରୁ ମାନସିକ କରିଥିବା ବ୍ୟକ୍ତି ବିଶେଷ ସେମାଙ୍କର ମାନସିକ ପୂର୍ଣ୍ଣ କରି ମାଆଙ୍କ ଅର୍ଚ୍ଚନାରେ ଅର୍ଥ ବ୍ୟୟ କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ । ଜନସାଧାରଣଙ୍କଜ ମଧ୍ୟରେ କେହି ଯଦି କୈାଣସି ବ୍ୟକ୍ତି ବିପଦଗ୍ରସ୍ତ, କଠିନ ରାଗାକ୍ରାନ୍ତ, ଜନ୍ମ ମୃତ୍ୟୁ କମ୍ବା ମାଲି ମୋକଦମାରେ ଜୟ ବିଜୟ ହୁଅନ୍ତି,ତେବେ ସେମାନେ ମାନସିକ ରଖି ଫଳ ପ୍ରାପ୍ତି ହେଉଥିବାର ବହୁ କ୍ଷେତ୍ରରେ ସର୍ବସାଧାରଣରେ ଅନୁଭବ କରିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!