ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଆଜି ଉଦ୍ଯାପିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ତାଙ୍କ ବକ୍ତବ୍ୟରେ ନୟାଗଡ଼ ଜନସାଧାରଣ ସଦାସର୍ବଦା ଶାନ୍ତିକୁ ଭଲପାଆନ୍ତି ବୋଲି କହିବା ସହ ଅଧିକରୁ ଅଧିକ ଭଲ କାମ କରିବାକୁ ବ୍ରତି ହେବା ଆବଶ୍ୟକ ବୋଲି କହିଛନ୍ତି । ଏହି କଳା ସଂସ୍କୃତିର ମାଟି ମନ୍ତ୍ରୀ ଯଶଗାନ କରିବା ସହ ଜନସାଧାରଣଙ୍କ ଭଲପାଇବା ପାଇଁ ଏହି ମହୋତ୍ସବ ସୁରୁଖୁରରେ ଶେଷ ହୋଇଥିବା କହିଛନ୍ତି ।






