ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ମାଟି କଳା, ସାହିତ୍ୟ, ସଂସ୍କୃତିର ମାଟି ବୋଲି ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ମତବ୍ୟକ୍ତ କରିବା ସହ ମହୋତ୍ସବ ପାଇଁ ଭାଇଚାରା ସୃଷ୍ଟି ହେଉଥିବା କହିଥିଲେ । ଏଥିସହିତ ଉପଜିଲ୍ଲାପାଳ ମହୋତ୍ସବରେ ଜୀବନ ଜୀବିକା କଥା ରହିଛି ବୋଲି କହିବା ସହ ବହୁ ଏସଏଜି ଗୃପଠାରୁ ଆରମ୍ଭ କରି କିଛି ବ୍ୟବସାୟୀ ଏଠାରେ ବ୍ୟବସାୟ କରିବା ସହ ପେଟପାଟଣା ପାଇଁ କିଛି ରୋଜଗାର କରି ପାରୁଛନ୍ତି ବୋଲି କହିଛନ୍ତି । ସେହିଭଳି ମହୋତ୍ସବ ମାଧ୍ୟମରେ କନ୍ୟା ସନ୍ତାନ ସୁରକ୍ଷା, ବେଟି ବଚାଅ, ବେଟି ପଢ଼ାଅର ବାର୍ତ୍ତା ସହ ନାବାଳିକା ବିବାହ ରୋକିବା ଦିଗରେ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସଂମ୍ପର୍କରେ ସେ ସୂଚନା ଦେଇଛନ୍ତି । ସରକାରଙ୍କ ସଡ଼କ ସୁରକ୍ଷା ନିୟମନୁସାରେ ସମସ୍ତେ ବାଇକ ଚଳାଇବା ବେଳେ ହେଲମେଟ ଧାରଣ କରିବାକୁ ଆହ୍ୱାନ ଦେଇଛନ୍ତି ।






