Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବୁଧବାର ମହୀପୁରଠାରୁ ନୂଆଗାଁ ରେଳଲାଇନ ସୁରକ୍ଷା ଯାଞ୍ଚ

by ସଞ୍ଜୟ ସ୍ୱାଇଁ
March 22, 2022
in Feature News
ବୁଧବାର ମହୀପୁରଠାରୁ ନୂଆଗାଁ ରେଳଲାଇନ ସୁରକ୍ଷା ଯାଞ୍ଚ
278
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ମହୀପୁର-ନୂଆଗାଁ ମଧ୍ୟରେ ନିର୍ମାଣ କାର୍ୟ୍ୟ ଶେଷ ହୋଇଛି । କାର୍ୟ୍ୟକ୍ଷମ ପାଇଁ ରେଳ ସୁରକ୍ଷା ଆୟୁକ୍ତଙ୍କ ଅନୁମୋଦନକୁ ଅପେକ୍ଷା କରିଛି । ଏହା ସହିତ ଟ୍ରେନ ଯାତାୟାତ ସୁବିଧା ପାଇଁ ଖୋର୍ଦ୍ଧା ରୋଡ଼ଠାରେ ବାଇପାସ୍ ଲାଇନର ମଧ୍ୟ କାର୍ୟ୍ୟ ଶେଷ ହୋଇଛି । କୋଲକାତା ସ୍ଥିତ ଦକ୍ଷିଣ ପୂର୍ବ ସର୍କଲ ରେଳ ସୁରକ୍ଷା ଆୟୁକ୍ତ (ସିଆରଏସ)୨୩ ମାର୍ଚ୍ଚ ୨୦୨୨ ରେ ଖୋର୍ଦ୍ଧା ରୋଡ-ବାଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ମହୀପୁରଠାରୁ ନୂଆଗାଁ ପର୍ୟ୍ୟନ୍ତ ୧୩.୨୫୦ କିଲୋମିଟର ଦୈର୍ଘ୍ୟ ରେଳ ଲାଇନର ସୁରକ୍ଷା କାର୍ୟ୍ୟ ଯାଞ୍ଚ କରିବେ । ସେହିଭଳି ୨୪ ମାର୍ଚ୍ଚ ୨୦୨୨ ରେ ରେଳ ସୁରକ୍ଷା ଆୟୁକ୍ତଙ୍କ ଦ୍ୱାରା ଖୋର୍ଦ୍ଧା ରୋଡ଼ ଠାରେ ବାଇପାସ୍ ଲାଇନର ସୁରକ୍ଷା କାର୍ୟ୍ୟ ମଧ୍ୟ ଯାଞ୍ଚ କରାଯିବ । ନୂତନ ରେଳ ଲାଇନରେ ଥିବା ସମସ୍ତ ସୁରକ୍ଷା ସମ୍ବନ୍ଧୀୟ କାର୍ୟ୍ୟଗୁଡ଼ିକ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରାଯିବା ପରେ ଏହି ଲାଇନରେ ଟ୍ରେନ ଚଳାଚଳକୁ ଅନୁମତି ପ୍ରଦାନ କରାଯିବ ବୋଲି ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲଳିତା ପଣ୍ଡା ସୂଚନା ଦେଇଛନ୍ତି । ଏହି ରେଳ ମାର୍ଗରେ ବିଭିନ୍ନ ଯନ୍ତ୍ରପାତି ଏବଂ ଯାଞ୍ଚ ଟ୍ରେନ୍ ଚଳାଚଳ ପାଇଁ ବୁଧବାର ଦିନ ୧୮୪୨୪ ନୟାଗଡ଼ ଟାଉନ୍-ଭୁବନେଶ୍ୱର ଏକ୍ସପ୍ରେସକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!