Wednesday, October 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁର୍ନିତୀ ଖୋରଙ୍କୁ ପ୍ରଶୟ ଦିଆଯିବ ନାହିଁ : ଅରୁଣ

by ସଞ୍ଜୟ ସ୍ୱାଇଁ
December 26, 2019
in Politics
ଦୁର୍ନିତୀ ଖୋରଙ୍କୁ ପ୍ରଶୟ ଦିଆଯିବ ନାହିଁ : ଅରୁଣ
26
VIEWS
Share on FacebookShare on Twitter

୨୩ତମ ବିଜେଡି ପ୍ରତିଷ୍ଠା ଦିବସ

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ୨୩ତମ ବିଜେଡି ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରରିପେକ୍ଷିରେ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ପ୍ରତିଷ୍ଠା ଦିବସ ପୂଜା ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବ୍ଲକ ବିଜେଡି ସଭାପତି ଶ୍ରବଣ ରାମଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତ କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ଓଡ଼ିଶାରେ ଜନସାଧାରଣଙ୍କ ସମର୍ଥନରେ ବିଜେଡି ଅପାରଜେୟ ହୋଇଥିବା ବେଳେ ପଂଚମ ପାଳିର ସରକାର ବହୁତ କାର୍ଯ୍ୟକ୍ରମ ହାତକୁ ନେଇଥିବା କହିଛନ୍ତି । ଏହି କାର୍ଯ୍ୟକ୍ରମକୁ ଲୋକଙ୍କ ନିକଟରେ ପହଂଚାଇବା ସହ ପ୍ରଚାର ପ୍ରସାର କରିବା ପାଇଁ ସେ ଦଳିୟ ନେତୃବୃନ୍ଦଙ୍କୁ ଆହ୍ୱାନ ଦେଇଛନ୍ତି । ରାଜ୍ୟ ସରକାରଙ୍କ ୫ଟି ଯୋଜନା ସବୁଠାରୁ ଅଧିକ ଆଦୃତ ଲାଭ କରିଥିବା ନେଇ ମନ୍ତ୍ରୀ କହିବା ସହ ସରକାରଙ୍କ ବାର୍ତ୍ତା ଲୋକଙ୍କ ନିକଟରେ ପହଂଚାଇବାକୁ କହିଛନ୍ତି । ଦଳ ତଥା ଦଳିୟ କର୍ମକର୍ତ୍ତାଙ୍କ ତରଫରୁ ଏଭଳି କିଛି ତ୍ରୁଟି ନରହୁ ଯାଇ ଲୋକଙ୍କୁ ଅସୁବିଧାରେ ପକାଇବ । ଦୁର୍ନିତି ବିରୁଦ୍ଧରେ ତୀବ୍ର ସ୍ୱର ଉତ୍ତୋଳନ କରିବା ସହ ସମୟାନୁବର୍ତ୍ତିତା ହୋଇ ଉତ୍ତର ଦାୟିତ୍ୱ ସରକାର ଗଠନ ନିମନ୍ତେ ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଗୋଲାପ ଦଳବେହେରା, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷା ମମତା ବେହେରା, ମାଳତୀ ଗୁରୁ, ଗଙ୍ଗାଧର ପଣ୍ଡା, ଲୋକନାଥ ସାହୁ, ଶ୍ରୀକାନ୍ତ ପଟ୍ଟନାୟକ, ରମେଶ ସାହୁ, ଗୁରୁପ୍ରସାଦ ଜେନା, ବସନ୍ତ ରଥଶର୍ମା, ଶେଖ୍ ନଇମ୍ ପ୍ରମୂଖ ନିଜ ନିଜ ବକ୍ତବ୍ୟ ରଖିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!