ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମେତ ବହୁ ସରକାରୀ କାର୍ଯ୍ୟାଳୟ ଏବଂ ମୁଖ୍ୟ ଟ୍ରାଫିକ ଛକରେ ଆଜି ଉପଜିଲ୍ଲାପାଳ ତଥା ଆଂଚଳିକ ପରିବହନ ଅଧିକାରୀ ଲଗ୍ନଜିତ ରାଉତ ହେଲମେଟ ପିନ୍ଧାଳୀଙ୍କୁ ଗୋଲାପ ଫୁଲ ଓ ଚକଲେଟ୍ ଦେଇ ଶୁଭେଚ୍ଛା ଜଣାଇଥିବା ବେଳେ ହେଲେମେଟ୍ ନପିନ୍ଧିଥିବା ଲୋକଙ୍କୁ ଏକ ପୁସିଙ୍ଗ କାର୍ଡ଼ ଦେଇ ସଚେତନ କରିଛନ୍ତି । ଆଂଚଳିକ ପରିବହନ ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ଓ ସମାଜିକ କର୍ମୀ ଯୋଗ ଦେଇଥିବା ବେଳେ ଏହା ସହରର ନିୟମ ବିରୁଦ୍ଧ ଗାଡ଼ି ଚାଳନା ଉପରେ ପ୍ରଭାବ ପକାଇବ ବୋଲି ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ଆଂଚଳିକ ପରିବହନ ବିଭାଗ ଏମଭିଆ ଶ୍ରୀ ଦାଶ ପ୍ରଭାସ କୁମାର ବଗଲା, କନିଷ୍ଠ ଏମଭିଆଇ ପି. ଦୁର୍ଗାପ୍ରସାଦ ରାଓ, ଟ୍ରାଫିକ ସବ୍ ଇନ୍ସିପେକ୍ଟର ସ୍ୱୟଂପ୍ରଭା ରାଉତଙ୍କ ସମେତ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଏନସିସି ଓ ଏନ୍ଏସ୍ଏସ୍ ଛାତ୍ରଛାତ୍ରୀମାନେ ସାମିଲି ହୋଇଥିଲେ ।






