Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜାତୀୟ ଖାଉଟି ସୁରକ୍ଷା ଦିବସ ପାଳିତ

by ସଞ୍ଜୟ ସ୍ୱାଇଁ
December 24, 2019
in State
ଜାତୀୟ ଖାଉଟି ସୁରକ୍ଷା ଦିବସ ପାଳିତ
120
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆର୍ତ୍ତା) : ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭା ଗୃହରେ ଜାତୀୟ ଖାଉଟି ସୁରକ୍ଷା ଦିବସ ପାଳିତ ହୋଇଯାଇଛି । ଜଷ୍ଟିସ ଦ୍ୱାରା ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତଥା ଖାଉଟି ସୁରକ୍ଷା ଅଧିକାରୀ ବିଧାନ ଚନ୍ଦ୍ର ରାୟ ସଭାପତିତ୍ୱ କରିଥିବା ବେଳେ ଖାଉଟି ବିବାଦ ପ୍ରତିକାର ମଂଚର ସଭାପତି ନାରାୟଣ ମହାପାତ୍ର, ଜିଲ୍ଲା ଯୋଗାଣ ଅଧିକାରୀ ଦେବବ୍ରତ ମହାପାତ୍ର, ଅତିରିକ୍ତ ଯୋଗାଣ ଅଧିକାରୀ ଜୟନ୍ତ କୁମାର ଦାଶ, ବୈଧ୍ୟମାପ ବିଭାଗ ସହକାରୀ ନିୟନ୍ତ୍ରକ ସୁରେଶ କୁମାର ଜାନି ପ୍ରମୂଖ ଯୋଗ ଦେଇଥିଲେ । ଜିଲ୍ଲାରେ ଖାଉଟିଙ୍କ ସୁରକ୍ଷା ଏବଂ ସଚେତନତା ପାଇଁ ବିଭିନ୍ନ କର୍ମଶାଳା ଆୟୋଜନ କରିବାକୁ ଅତିଥିମାନେ ମତବ୍ୟକ୍ତ କରିଥିବା ବେଳେ ଖାଉଟି ନିଜେ ସଚେତନ ହେବାର ଯଥେଷ୍ଟ ଆବଶ୍ୟକତା ରହିଥିବା କହିଥିଲେ । ଜିନିଷ କିଣିବା ବେଳେ ମାପ ଓଜନକୁ ଭଲ ଭାବେ ଗୁରୁତ୍ୱ ନଦେଇ ଅଣଦେଖା କରିବା ସହ ବ୍ୟବସାୟୀଙ୍କ ଉପରେ ଅତ୍ୟଧିକ ବିଶ୍ୱାସରେ ଖାଉଟି ସାଧାରଣତଃ ଠକାମିରେ ପଡ଼ିଥାନ୍ତି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ଚନ୍ଦ୍ର ବିଜୟୀ ମିଶ୍ର ସଂଯୋଜନା କରିଥିବା ବେଳେ ଜଷ୍ଟିସର ଆବାହକ ଶୁନ୍ୟଜୟୀ ମିଶ୍ର ଉପସ୍ଥିତ ଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ସହରର ବହୁ ବୁଦ୍ଧିଜୀବୀଙ୍କ ସମେତ ବହୁ ଉପଭୋକ୍ତା ସାମିଲ ହୋଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!