ଦଶପଲ୍ଲା,ତା୨୩ା୧୨: ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଆହାର କେନ୍ଦ୍ର ମାଧ୍ୟମରେ ଗରୀବ ଲୋକଙ୍କୁ ଖାଦ୍ୟ ପ୍ରଦାନ କରାଯାଉଛି । ଏହି କାର୍ଯ୍ୟକ୍ରମକୁ ତଦାରଖ କରିବା ନିମନ୍ତେ ଅଚାନକ ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଏନ୍ଏସି ଦ୍ୱାରା ପରିଚାଳିତ ଆହାର କେନ୍ଦ୍ରରେ ପହଞ୍ଚି ଧାଡିରେ ଠିଆହୋଇ ଖାଦ୍ୟ ନମୂନା ପରିକ୍ଷା କରିଥିଲେ । ସାଥିରେ ଏନ୍ଏସି ଅଧ୍ୟକ୍ଷା ବବିତା ସାହୁ ଓ ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ ଉପସ୍ଥିତ ଥିଲେ । ଏହି କେନ୍ଦ୍ରକୁ ସରକାରୀ ଭାବେ ପ୍ରତିଦିନ ୩ଶହ ମିଲ୍ସ ଆବଣ୍ଟନ ସକାଶେ ମଞ୍ଜୁରୀ ଥିଲେ ମଧ୍ୟ ଗତ ୪ ମାସ ହେଲା ୨୫୦ ମିଲ୍ସ ନୟାଗଡ଼ରୁ ଯୋଗାଣ ହେଉଛି । ଦୈନନ୍ଦିନ ୫୦/୬୦ଜଣ ଦିନ ମଜୁରିଆ, ବାଟୋଇ, ବହିରାଗତ ଲୋକେ ଖାଦ୍ୟ ନିଅଣ୍ଟ ଯୋଗୁଁ ଫେରୁଥିବା ସମ୍ପର୍କରେ ବିଧାୟକ କହିଥିଲେ ଆହୁରି ଅଧିକ ୫୦ଟି ମିଲ୍ ଅଧିକ ବଢାଇବା ପାଇଁ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ ।





