ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): ୫ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ମହୋତ୍ସବର କାର୍ଯ୍ୟକ୍ରମକୁ ଆଜି ଅପରାହ୍ନରେ ଜିଲ୍ଲାପାଳ ଡ. ପୋମା ଟୁଡୁ ଖେଳ ପଡିଆକୁ ଯାଇ ସମସ୍ତ କାର୍ଯ୍ୟକ୍ରମର ତଦାରଖ କରିଥିଲେ । ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଓର୍ମାସ୍ କର୍ତ୍ତୃପକ୍ଷ ଓ ବିଭିନ୍ନ ଦାୟିତ୍ୱରେ ଥିବା କାର୍ଯ୍ୟକର୍ତ୍ତାଙ୍କ ସହ ପଡିଆରେ କିଛିସମୟ ତଦାରଖ କରିଥିଲେ । କାର୍ଯ୍ୟକ୍ରମଗୁଡିକ ଯେପରି ସଠିକ୍ ଭାବରେ ଓ ସଠିକ୍ ସମୟରେ ହେବ ସେଥିପ୍ରତି ସମସ୍ତ ଅଧିକାରୀଙ୍କୁ ବୁଝାଇଥିଲେ । ଶାନ୍ତିଶୃଙ୍ଖଳାର ସହିତ ଯେପରି ଏହି ମହୋତ୍ସବ ୫ଦିନ ଧରି ଅନୁଷ୍ଠିତ ହେବ ସେଥିପ୍ରତି ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।






