ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା
ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): ୨୪ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଅନୁଷ୍ଠିତ ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ପ୍ଲାଷ୍ଟିକ୍ମୁକ୍ତ ହେବ ବୋଲି ଜିଲ୍ଲାପାଳ ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ମହୋତ୍ସବ ପଡିଆରେ ଯେପରି କୌଣସି ପ୍ଲାଷ୍ଟିକ୍ ସମ୍ବନ୍ଧିୟ ଜିନିଷ ବିକ୍ରି ଓ ବ୍ୟବହାର ଉପରେ କଟକଣା ଜାରି କରିଛନ୍ତି । ଜନସାଧାରଣଙ୍କୁ ପ୍ଲାଷ୍ଟିକ୍ ସମ୍ବନ୍ଧିୟ ସଚେତନତା ବାର୍ତ୍ତା ଦେବାପାଇଁ ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡିଛି । ଓରମାସ୍ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏହି ପଲ୍ଲିଶ୍ରୀମେଳାରେ ସମସ୍ତ ସ୍ୱୟଂସହାୟକ ଗୋଷ୍ଠୀ, ବିଭିନ୍ନ ସରକାରୀ ଓ ବେସରକାରୀ ଷ୍ଟଲରେ ଯେପରି ପ୍ଲାଷ୍ଟିକ୍ ମୁକ୍ତ ପଦାର୍ଥ ବା ଜିନିଷ ଦେଖିବାକୁ ମିଳିବ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି ଜିଲ୍ଲାପାଳ ।






