ଭାଷା ଆନ୍ଦୋଳନ ସମିତି
ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡିଆ ସାହିତ୍ୟର ଜଣେ ପ୍ରତିଭା କବିସୂର୍ଯ୍ୟ ବଳଦେବ ରଥକୁ ଅସମ୍ମାନୀତ କରିବା ସହ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କ ନାମକୁ କଦର୍ଥ କରି ନୟାଗଡ ଜିଲ୍ଲାର କେତେକ ସାହିତ୍ୟିକ ଓ ସାମାଜିକ ଅନୁଷ୍ଠାନ ଅଯଥା ବିବାଦ ସୃଷ୍ଟିକରିବା ସହ ଅନ୍ୟମାନଙ୍କୁ ମଧ୍ୟ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି । ନୟାଗଡ ଜିଲ୍ଲାର କବି ଲେଖକମାନଙ୍କୁ ନେଇ ନୟାଗଡ ଜିଲ୍ଲା ଲେଖକ ପରିଷଦ ନାମରେ ଅନୁଷ୍ଠାନ ଗଢିଥିବା କିଛି ମୁଷ୍ଟିମେୟ ବ୍ୟକ୍ତି ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କ ନାମରେ ଏକ ବିବାଦୀୟ ପୁରସ୍କାର ପ୍ରଦାନ କରିବା ପାଇଁ ଯୋଜନା କରିଛନ୍ତି । ଜଣେ ମହାନ୍ ପ୍ରତିଭାଙ୍କୁ ଅସମ୍ମାନୀତ କରାଯାଉଥିବାରୁ ସଂପୃକ୍ତ ଅନୁଷ୍ଠାନ ଏହି ବିବାଦୀୟ ଉପାଧୀରେ ପୁରସ୍କାର ପ୍ରଦାନ ନକରିବାକୁ ଭାଷା ଆନ୍ଦୋଳନ ସମିତି ଅନୁରୋଧ କରିଛି । ନଚେତ୍ ସଂପୃକ୍ତ ଅନୁଷ୍ଠାନ ବିରୁଦ୍ଧରେ ଆଗାମୀ ଦିନରେ ଭାଷା ଆନ୍ଦୋଳନ ସମିତି ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି । ଏହା ସହିତ ରାଜ୍ୟ ସଂସ୍କୃତି ବିଭାଗ ଏ ଦିଗରେ ଉଚିତ୍ ପଦକ୍ଷେପ ଗ୍ରହଣ କରିବାକୁ ଭାଷା ଆନ୍ଦୋଳନ ସମିତି ପକ୍ଷରୁ ଦାବି କରାଯାଉଛି ।






