Tuesday, June 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପଠାଣି ସାମନ୍ତଙ୍କ ଜନ୍ମଜୟନ୍ତୀକୁ ଗୋଟିଏ ଦିନରେ ପାଳନ ଦାବି

by ସଞ୍ଜୟ ସ୍ୱାଇଁ
December 23, 2019
in Nayagarh
ପଠାଣି ସାମନ୍ତଙ୍କ ଜନ୍ମଜୟନ୍ତୀକୁ ଗୋଟିଏ ଦିନରେ ପାଳନ ଦାବି
48
VIEWS
Share on FacebookShare on Twitter

ଭାଷା ଆନ୍ଦୋଳନ ସମିତି

ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): ବିଶ୍ୱବିଖ୍ୟାତ ମହାନ୍ ଜ୍ୟୋର୍ତିବିଜ୍ଞାନୀ ପଠାଣି ସାମନ୍ତଙ୍କ ଜନ୍ମ ଜୟନ୍ତୀକୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନମାନେ ନିଜ ଇଛାଅନୁସାରେ ପାଳନ କରୁଥିବାରୁ ଏହାଦ୍ୱାରା ନୟାଗଡ ଜିଲ୍ଲାର ଜଣେ ବିଦଗ୍ଧ ପ୍ରତିଭାଙ୍କ ଜନ୍ମ ଜୟନ୍ତୀକୁ ନେଇ ରାଜ୍ୟବାସୀଙ୍କ ପାଖରେ ଏକ ବିଭ୍ରାନ୍ତିମୂଳକ ଖବରର ପହଞ୍ଚୁଛି । ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଏକ ନିର୍ଦ୍ଦେଶନାମା ମାଧ୍ୟମରେ ସାମନ୍ତ ଚନ୍ଦ୍ରଶେଖର (ପଠାଣି ସାମନ୍ତ)ଙ୍କ ଜୟନ୍ତୀକୁ ତିଥି ଅନୁସାରେ ପାଳନକରିବା ପାଇଁ ନିଷ୍ପତି ନେଇଥିବା ବେଳେ ରାଜ୍ୟ ସଂସ୍କୃତି ବିଭାଗ ଅଧୀନରେ ଥିବା ରାଜ୍ୟ ସାହିତ୍ୟ ଏକାଡେମୀ, ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ସମେତ ରାଜ୍ୟର କେତେକ ପ୍ରମୁଖ ଅନୁଷ୍ଠାନ ପଠାଣି ସାମନ୍ତଙ୍କ ଜନ୍ମଜୟନ୍ତୀ ପୌଷମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିିରେ ପାଳନ କରୁଛନ୍ତି । ଏପରି ସ୍ଥଳେ ଖୋଦ୍ ନୟାଗଡ ଜିଲ୍ଲା ପ୍ରଶାସନ ନୟାଗଡ ଜିଲ୍ଲା ମହୋତ୍ସବରେ ପଠାଣି ସାମନ୍ତଙ୍କ ଜନ୍ମଜୟନ୍ତୀକୁ ଡିସେମ୍ବର ମାସ ୨୪ ତାରଖ ଦିନ ପାଳନ କରୁଥିବା ନେଇ ଭାଷା ଆନ୍ଦୋଳନ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ସରକାରୀ ଓ ବେସରକାରୀ ସ୍ତରରେ ନୟାଗଡ ଜିଲ୍ଲାର ଏଭଳି ଜଣେ ବିଶ୍ୱବିଖ୍ୟାତ ପ୍ରତିଭାଙ୍କୁ ପୃଥକ୍ ତାରିଖରେ ଜନ୍ମଜୟନ୍ତି ପାଳନକରି ଅସମ୍ମାନିିତ କରୁଥିବା ଅନୁଷ୍ଠାନ ମାନଙ୍କ ବିରୋଦ୍ଧରେ ଦୃଢ କାର୍ଯର୍୍ୟାନୁଷ୍ଠାନ ନିଆଯିବା ସହ ପଠାଣିସାମନ୍ତଙ୍କ ଜନ୍ମଜୟନ୍ତୀକୁ ଏକ ନିର୍ଦ୍ଦିଷ୍ଟ ଦିନରେ ପାଳନ କରିବାକୁ ରାଜ୍ୟ ସଂସ୍କୃତି ବିଭାଗ ସମସ୍ତ ସରାକରୀ ଓ ବେସରକାରୀ ଅନୁଷ୍ଠାନଙ୍କୁ ନିର୍ଦ୍ଦେଶନାମା ଜାରି କରିବାକୁ ନୟାଗଡ଼ ଭାଷା ଆନ୍ଦୋଳନ ପକ୍ଷରୁ ଦାବି କରାଯାଉଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!