Sunday, May 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶିକ୍ଷକମାନଙ୍କର ନିଷ୍ଠା ଓ ବିଦ୍ୟାର୍ଥୀମାନଙ୍କର ଲକ୍ଷ୍ୟରେ ଏକାଗ୍ରତା ରହିବା ବାଂଛନୀୟ : ମନ୍ତ୍ରୀ

by ସଞ୍ଜୟ ସ୍ୱାଇଁ
December 22, 2019
in Education
ଶିକ୍ଷକମାନଙ୍କର ନିଷ୍ଠା ଓ ବିଦ୍ୟାର୍ଥୀମାନଙ୍କର ଲକ୍ଷ୍ୟରେ ଏକାଗ୍ରତା ରହିବା ବାଂଛନୀୟ : ମନ୍ତ୍ରୀ
36
VIEWS
Share on FacebookShare on Twitter

ଗତିକେଶ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦ୍ଯାପିତ

ନୟାଗଡ଼, (ବାଘୁଆବାର୍ତ୍ତା) : ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ଗତିକେଶ ଉଚ୍ଚବିଦ୍ୟାଳୟର ସୁବଣ୍ଣ ଜୟନ୍ତୀ ଉତ୍ସବ ଉଦ୍ଯାପିତ ହୋଇଯାଇଛି । ସମାଜସେବୀ ବିଶ୍ୱନାଥ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥିଭାବେ କୃଷି,ଉଚ୍ଚଶିକ୍ଷା,ପଶୁ ଓ ମତ୍ସ୍ୟ ସଂପଦ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଯୋଗଦେଇ ଏକ ଏøତିହ୍ୟ .ଓ ପୌରାଣିକ ସମ୍ପନ୍ନ ସ୍ଥାନରେ ସ୍ଥାପିତ ଉଚ୍ଚବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ଗୌରବ ଗାରିମାକୁ ଉଚ୍ଚ ପ୍ରଶଂସା କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ବିଦ୍ୟାର୍ଥୀ ଓ ଶିକ୍ଷକମାନଙ୍କର ଅଙ୍ଗ୍ିକାରବଦ୍ଧତା ଓ ଆଧ୍ୟାତ୍ୱିକତା ଚେତନା ଏବଂ ଆବେଗତାକୁ ଗୁରୁତ୍ୱ ଦେଇ ଶିକ୍ଷା ଗ୍ରହଣ ଓ ଶିକ୍ଷାଦାନର ପୃଷ୍ଣଭୂମିକୁ ମଜ୍ଜଭୂତ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଏଥିପାଇଁ ଜଣେ ଜଣେ ଶିକ୍ଷକ ୧୫ ଜଣ ଛାତ୍ରରେ ଗୋଟିଏ ଗୋଟିଏ ଗ୍ରୁପ କରି ସେମାନଙ୍କୁ ଉଚିତ୍ ଶିକ୍ଷାଦାନ ସହ ସେମାନଙ୍କ ପାଠ ପଢାର ବିକାଶ କେତେଦୂର ସଫଳ ହୋଇପାରିଛି ତାହା ସେମାନଙ୍କ ଅଭିଭାବକଙ୍କ ସହ ସିଧାସଳଖ ଯୋଗାଯୋଗ କରି ପାରିଲେ ଶିକ୍ଷାଦାନର କ୍ରମବିକାଶ ସୁଗମ ହୋଇପାରିବ ବୋଲି ଅଭିହିତ କରିଥିଲେ । ଏଥିପାଇଁ ଶିକ୍ଷକମାନଙ୍କର ନିଷ୍ଠା ଓ ବିଦ୍ୟାର୍ଥୀମାନଙ୍କର ଲକ୍ଷ୍ୟରେ ଏକାଗ୍ରତା ରହିବା ବାଂଛନୀୟ ବୋଲି କହିଥିଲେ । ବିଦ୍ୟାଳୟର ସୁନାମ ଓ ବିଦ୍ୟାଳୟର ଉନ୍ନତିକରଣ ପାଇଁ ପୁରାତନ ଛାତ୍ରଛାତ୍ରୀମାନଙ୍କର ସାହାର୍ଯ୍ୟ ଓ ସହଯୋଗ ଅପରିହାର୍ଯ୍ୟ ବୋଲି କହିଥିଲେ । ଏଥିରେ ସମ୍ମାନୀତ ଅତିଥିଭାବେ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଉପେନ୍ଦ୍ର ଭଞ୍ଜଙ୍କ ସାଧନାର ପୀଠ ମାଳିସାହିକୁ ଏକ ମହାନ ପୀଠ ଭାବେ ଅବତାରଣା କରିବା ସହିତ ଏପରି ଏକ ପବିତ୍ର ସ୍ଥାନରେ ଉଚ୍ଚବିଦ୍ୟାଳୟ ଗଢି ଉଠିଥିବାରୁ ଏହାର ମହନୀୟତାକୁ ଭୂରି ଭୂରି ପ୍ରଶଂସା କରିଥିଲେ । ଏହି ସମାରୋହରେ ମୁଖ୍ୟବକ୍ତାଭାବେ ବିଜେବି କଲେଜର ଓଡ଼ିଆ ଭାଷା ସାହିତ୍ୟ ମୁଖ୍ୟ ଡ.ପ୍ରେମାନନ୍ଦ ମହାପାତ୍ର ଯୋଗଦେଇ ଗତିକେଶ ଉଚ୍ଚବିଦ୍ୟାଳର ମୌଳିକତା ବିଶେଷକରି ଭଞ୍ଜଙ୍କ ସିଦ୍ଧି ଓ ସାଧନାର ପୀଠ ମାଳିସାହି ଗତୀଶ୍ୱର ଓ ଢେଙ୍କେଣାର ରଘୁନାଥଙ୍କ ପୌରାଣିକ ତଥ୍ୟ ଉପରେ ଅବତାରଣା କରିଥିଲେ । ଏଥିରେ ଅନ୍ୟତମ ସମ୍ମାନୀତ ଅତିଥିଭାବେ ଶ୍ରମ କମିଶନର ନିରଞ୍ଜନ ସାହୁ,ଉଚ୍ଚବିଦ୍ୟାଳର ପ୍ରଥମ ଶିକ୍ଷକ ଇଂ.କାଶିନାଥ ସାହୁ,ପ୍ରାକ୍ତନଶିକ୍ଷକ ଅଲେକ ବେହେରା ପ୍ରମୁଖ ଯୋଗଦେଇଥିଲେ । ଏହି ପରିପ୍ରେକ୍ଷିରେ କୃତି ପ୍ରତିଯୋଗୀମାନଙ୍କୁ ପୁରଷ୍କୃତ କରାଯାଇଥିଲାବେଳେ ପୁରାତନ ଛାତ୍ରମାନଙ୍କୁ ନେଇ ନାଟକ ‘ନିଆରା ନର୍କ’ ପରିବେଷଣ ହୋଇଥିଲା ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!