ନୟାଗଡ଼, (ବାଘୁଆବାର୍ତ୍ତା) : ଦଶପଲ୍ଲା ଥାନା ଅଂଚଳରେ ଯୁବକ, ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ସ୍ଥାନୀୟ ପଙ୍କୁଆ ନିକଟସ୍ଥ ସାନକୁରୁଡାଙ୍ଗୀ ଗ୍ରାମର ଉପେନ୍ଦ୍ର ନାୟକ ନାମକ ଜଣେ ଯୁବକ ରକ୍ତବାନ୍ତି କରି ପ୍ରାଣ ହରାଇଥିବା ବେଳେ ତାଙ୍କ ପରିବାର ଜ୍ୱରରେ ମୃତ୍ୟୁ ଘଟିଥିବା କହିଛନ୍ତି । ଅନୂରୁପ ଭାବେ ତୁମାଣ୍ଡି ଗ୍ରାମର ଭବାନୀ ମୁଦୁଲୀ ନାମକ ଜଣେ ୧୬ ବର୍ଷର ଯୁବତୀ ମଧ୍ୟ ରକ୍ତବାନ୍ତି କରି ମୃତ୍ୟୁ ବରଣ କରିଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ଉଭୟଙ୍କ ଶବ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଡ଼ି ରହିଛି ।






